ଆପଣଙ୍କ ପସନ୍ଦର ମାଂସ ଏବେ ତିଆରି ହେଉଛି ଲ୍ୟାବ୍‌ରେ! ଖାଦ୍ୟ ପାଇଁ ଆଉ ବଳିପଡିବେନି ପଶୁ

Published By : Prameya-News7 Bureau | December 02, 2020 IST

ନୂଆଦିଲ୍ଲୀ :  ଆପଣଙ୍କ ମନପସନ୍ଦର ମାଂସ ଲାଗି ଏବେ ଆଉ ପଶୁପକ୍ଷୀଙ୍କ ହତ୍ୟା ହେବନି। ସିଙ୍ଗାପୁର ପ୍ରୟୋଗଶାଳା ଆପଣଙ୍କ ମନ ଅରୂପ ମାଂସ ପ୍ରସ୍ତୁତି  କରୁଛି। ଏଭଳି ମାଂସକୁ ବଜାର ବିକ୍ରି ଲାଗି ସରକାରଙ୍କ ଅନୁମତି ମଧ୍ୟ ମିଳିଯାଇଛି। ଆମେରିକୀୟ କମ୍ପାନୀ ‘ଜଷ୍ଟ ଇଟ୍‌’ର  ‘ଚିକେନ୍‌ ବାଇଟସ୍‌’  ଖୁବ୍ ଶୀଘ୍ର ସିଙ୍ଗାପୁର ରେଷ୍ଟୋରାଣ୍ଟରେ ପରସା ଯିବ ବୋଲି ଜଣାପଡିଛି । ଯାହା ଏବେ ହାଇଜିନ୍‌ ପରେ ସେଫ୍ଟି ପରୀକ୍ଷଣ ମଧ୍ୟ ଉତୀର୍ଣ୍ଣ ହୋଇଛି।

{"id":371488,"width":576,"height":426,"sizeSlug":"large"}

କୁହାଯାଉଛି ଏହି ପ୍ରୟୋଗ ସଫଳ ହେଲେ ସାରା ବିଶ୍ୱରେ ପ୍ରତି ଦିନ ଖାଦ୍ୟ ପାଇଁ ହେଉଥିବା ୧୩ କୋଟି କୁକୁଡା ଓ ୪୦ ଲକ୍ଷ ଘୁଷୁରୀଙ୍କ ହତ୍ୟା ରୋକା ଯାଇପାରିବ। ଯାହା ବିଶ୍ୱ ପରିବେଶ ସନ୍ତୁଳନ ଲାଗି ବିଶେଷ ସହାୟକ ହୋଇପାରିବ। ଜଷ୍ଟ ଇଟ୍ କମ୍ପାନୀର ପରୀକ୍ଷାଗାରରେ ପ୍ରସ୍ତୁତ ମାଂସ ଏବେ ବଜାରରେ ବିକ୍ରି ହେଉଥିବା ମାଂସ ଭଳି  ସ୍ୱାଦିଷ୍ଟ ହେବା ସାଙ୍ଗକୁ ପୋଷକତତ୍ୱରେ ମଧ୍ୟ ଭରପୁର ବୋଲି ଦାବି କରୁଛି।

{"id":371489,"sizeSlug":"large"}

ପ୍ରୟୋଗଶାଳା ମାଂସ ଯଦି ଖାଦ୍ୟ ଆବଶ୍ୟକତା ପୂରଣ କରିବ ତେବେ ପ୍ରତିଦିନ ଏଥିଲାଗି ହେଉଥିବା ହତ୍ୟା ବନ୍ଦ ହେବା ଏବେ ନିଶ୍ଚିତ ବୋଲି କୁହାଯାଉଛି। ପୃଥିବୀରେ ଯେତେ ଜୀବଜନ୍ତୁ ଅଛନ୍ତି ସେମାନଙ୍କ ମଧ୍ୟରେ ୬୦ ପ୍ରତିଶତ ପଶୁ ଥିବା ବେଳେ ୩୬ ପ୍ରତିଶତ ମଣିଷ ଓ ୪ ପ୍ରତିଶତ ପକ୍ଷୀ। ତେବେ ମଣିଷର ଭୋକ ମେଣ୍ଟାଇବା ଲାଗି ୬୪ ପ୍ରତିଶତ ଜୀବନ ବିପଦରେ ପଡୁଥିବା ବେଳେ ଲୋକଙ୍କ ଖାଦ୍ୟ ଆଗ୍ରହ ଲାଗି ଅନେକ ପ୍ରାଣୀ ପ୍ରଜାତି ବିଲୁପ୍ତ ହେବାକୁ ଯାଉଛି। ଏହା ବିଶ୍ୱର ଜୈବ ସନ୍ତୁଳନକୁ ବିପଦାପନ୍ନ କରିଛି।

{"id":371490,"width":579,"height":543,"sizeSlug":"large"}

ତେବେ ଜଷ୍ଟ ଇଟ୍‌ କମ୍ପାନୀ ପ୍ରସ୍ତୁତ ମାଂସ କୌଣସି ପଶୁପକ୍ଷୀ, ଜୀବଜନ୍ତୁଙ୍କଠାରୁ ସଂଗୃହୀତ ସାମଗ୍ରୀରେ ହେଉ ନାହିଁ। ଏଥିଲାଗି ବିଭିନ୍ନ ସାଗସବଜୀ ଓ ବୃକ୍ଷର ସାମଗ୍ରୀ ଉପଯୋଗ କରାଯାଉଥିବା ବେଳେ ସାକାହାରୀ ମଧ୍ୟ ଏହାକୁ ବେଶ୍ ସନ୍ତୁଷ୍ଟିରେ ଖାଇ ପାରିବେ। ଏପରି ମାଂସକୁ ଖୁବଶୀଘ୍ର ସିଙ୍ଗାପୁରର ରେଷ୍ଟୁରାଣ୍ଟମାନଙ୍କୁ ଯୋଗାଣ ଲାଗି କମ୍ପାନୀ କର୍ତ୍ତୃପକ୍ଷ ଏବେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏପରି ମାଂସର ଦର ଅଧିକ ରହିବ। ହେଲେ ଉତ୍ପାଦନ ବୃଦ୍ଧି ସହ ଦର ମଧ୍ୟ କମିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.