ହାଇଦ୍ରାବାଦ: ଟ୍ରେନ ଭିତରେ ରୋମାନ୍ସ କରୁଥିଲେ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ। ଗର୍ଲଫ୍ରେଣ୍ଡଙ୍କୁ ଲିପ୍ କିସ୍ କରୁଥିବା ବେଳେ ଧରିଲା ପୁଲିସ। ତା ପରେ ଯାହା ହେଲା ସେ ନେଇ ନିଜେ ନାଗା ଚୈତନ୍ୟ କଣ କହିଛନ୍ତି ଜାଣନ୍ତୁ।
ନାଗା ଚୈତନ୍ୟା ମଶାବ୍ଲେ ଇଣ୍ଡିଆ (Mashable India) ନାମକ ଏକ ଖବର ୱେବ୍ସାଇଟ୍କୁ ସାକ୍ଷାତ୍କାର ଦେଇ ସେଦିନ ଘଟଣା ବିଷୟରେ ବଖାଣି ଥିଲେ। ରେଳ ଷ୍ଟେସନ୍ରେ ଟ୍ରେନ୍ରେ ନିଜ ଗାର୍ଲଫ୍ରେଣ୍ଡକୁ ଚୁମା ଦେଉଥିବା ବେଳେ ତାଙ୍କୁ ପୁଲିସ ଧରି ନେଇଥିଲା। ମୋ ସହ ଏପରି ବି ହୋଇସାରିଛି ବୋଲି ଚୈତନ୍ୟ କହିଛନ୍ତି। ହାଇଦ୍ରାବାଦ ଷ୍ଟେସନ୍ରେ ଗାଡ଼ିର ପଛ ସିଟ୍ରେ ବସି ରୋମାନ୍ସ କରୁଥିଲା ବେଳେ ପୁଲିସ ଧରିଥିଲା ବୋଲି ସେକ କହିଛନ୍ତି।
ତେବେ ପୁଲିସ ଧରିବା ପରେ କଣ ସେ ଡରିଯାଇଥିଲେ ବୋଲି ପ୍ରଶ୍ନ କରିବାରୁ ଉତ୍ତରରେ ସେ କହିଥିଲେ ଠିକ୍ ଅଛି। ଇଏ କେବଳ ଏକ ଘଟଣା ଯାହା ମୁଁ ଲୋକଙ୍କୁ କହିବାକୁ ଚାହୁଁଥିଲି। ମୋତେ ଏହା କୁଲ୍ ଲାଗେ। ମୁଁ ଜାଣିଥିଲେ ଯେ ମୁଁ କଣ କରୁଥିଲି ଆଉ ଧରାପଡ଼ିଗଲି ବୋଲି ନାଗା ଚୈତନ୍ୟା କହିଛନ୍ତି। ସୂଚନା ଥାଉକି ନାଗା ଚୈତନ୍ୟା ଦକ୍ଷିଣୀ ସୁନ୍ଦର ସାମନ୍ଥା ରୁତ ପ୍ରଭୁଙ୍କୁ ବିବାହ କରିଥିଲେ। ଏହି ବିବାହ ବହୁ ଚର୍ଚ୍ଚାରେ ରହିଥିଲା। ତେବେ ଗତ ବର୍ଷ ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି। ବର୍ତ୍ତମାନ ନାଗା ଚୈତନ୍ୟ ଶୋବିତାଙ୍କୁ ଡେଟ୍ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି।
ସୂଚନା ଥାଉକି ଦକ୍ଷିଣ ଷ୍ଟାର ନାଗା ଚୈତନ୍ୟ ଆମୀର ଖାନ୍ଙ୍କ ଫିଲ୍ମ ‘ଲାଲ୍ ସିଂହ ଚଡ୍ଡା’ରେ ବଲିଉଡ୍ ଡେବ୍ୟୁ କରିଛନ୍ତି। ତେବେ ଲୋକଙ୍କ ବିରୋଧ ଯୋଗୁ ଫିଲ୍ମଟି ସେତେଟା ଭଲ ଆୟ କରିପାରି ନାହିଁ।