ନୂଆଦିଲ୍ଲୀ ୧୬।୧୦: ଭାରତ ଧିରେ ଧିରେ ବିଶ୍ୱର ବଡ଼ ଆର୍ଥିକ ମହାଶକ୍ତି ହେବାକୁ ଲଗାତାର ଆଗକୁ ବଢୁଛି। ବ୍ରିଟେନକୁ ପଛରେ ପକାଇ ଏବେ ବିଶ୍ୱର ପଞ୍ଚମ ବୃହତ୍ତ ଅର୍ଥ ବ୍ୟବସ୍ଥା ପାଲଟିଯାଇଛି। ଆଶା କରାଯାଉଛି ୨୦୨୮ ସୁଦ୍ଧା ଜାପାନକୁ ପଛକୁ ହଟେଇ ବିଶ୍ୱର ତୃତୀୟ ଆର୍ଥିକ ମହାଶକ୍ତି ହେବ। ତେବେ ଲାଗୁଛି ପାଶ୍ଚାତ୍ୟ ଦେଶ ଓ ସେଠାକାର ଗଣମାଧ୍ୟମକୁ ଭାରତର ଏହି ପ୍ରଗତି ସହ୍ୟ ହେଉନି। ସ୍ପେନର ଏକ ଖବର କାଗଜ ଭାରତର ଆର୍ଥିକ ବିକାଶ ନିମନ୍ତେ ଏକ ଲଜ୍ଜାଜନକ କାର୍ଟୁନ ପ୍ରକାଶିତ କରିଛି, ଯାହା ଉପରେ ଭାରତୀୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।
ଖବର କାଗଜ ଛାପିଥିଲା ବିବାଦୀୟ କାର୍ଟୁନ
ସ୍ପେନ ସମ୍ବାଦପତ୍ର ‘ଲା ଭାନଗାର୍ଡିଆ’ ପ୍ରଥମ ପୃଷ୍ଠାରେ ଭାରତର ଆର୍ଥିକ ବିକାଶକୁ ନେଇ କାର୍ଟୁନ ପ୍ରକାଶନ କରିଥିଲା। ଏହି କାର୍ଟୁନ ଗ୍ରାଫ ମାଧ୍ୟମରେ ଊର୍ଦ୍ଧଗାମୀ ଭାରତୀୟ ଅର୍ଥବ୍ୟବସ୍ଥାକୁ ସାଂପ୍ରତିକ ପରିସ୍ଥିତିକୁ ଦର୍ଶାଉଥିଲା। ତେବେ ଗ୍ରାଫ ତଳେ ଅର୍ଥନୀତିକୁ ଉପରକୁ ଉଠାଉଥିବା ସାପୁଅ କେଳାର ଚିତ୍ର କରିଥିଲା। ସ୍ପେନ ଖବର କାଗଜର ଏହି କାଣ୍ଡ ଭାରତୀଙ୍କୁ ଅସନ୍ତୁଷ୍ଟ କରିଛି। ଲୋକେ ଟ୍ୱିଟର ଓ ଅନ୍ୟ ସୋସିଆଲମିଡିଆରେ ଖବରକାଗଜ ବିରୋଧରେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
/wp:html"The hour of the Indian economy" is the top story of a #Spanish weekly.
— P C Mohan (@PCMohanMP) October 13, 2022
While #India's strong economy gets global recognition, portraying our image as snake charmers even after decades of independence is sheer stupidity.
Decolonising the foreign mindset is a complex endeavour. pic.twitter.com/pdXvF7n4N7
ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ସାଂସଦ
ବେଙ୍ଗାଲୁରୁ ସେଣ୍ଟ୍ରାଲ ବିଜେପି ଲୋକସଭା ସାଂସଦ ପି.ସି. ମୋହନ ଟ୍ୱିଟରରେ ତାଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଟ୍ୱିଟରରେ ‘ଭାରତୀୟ ଅର୍ଥବ୍ୟବସ୍ଥାର ସମୟ’କୁ ସ୍ପେନୀୟ ସାପ୍ତାହିକର ପ୍ରଥମ ଖବର ପାଲଟିଥିବା ଉଲ୍ଲେଖ କରିଛନ୍ତି। ଭାରତର ମଜଭୁତ ଅର୍ଥ ବ୍ୟବସ୍ଥାକୁ ସାରା ବିଶ୍ୱରେ ଏବେ ସମର୍ଥନ କରାଯାଉଥିବା ବେଳେ ସ୍ୱାଧୀନତାର ଦୀର୍ଘ ଦଶନ୍ଧୀ ପରେ ବି ଆମର ଛବିକୁ ସାପୁଆ କେଳା ଭାବେ ଦେଖାଇବା ବାସ୍ତବିକ ମୁର୍ଖତା ବୋଲି ପି.ସି.ମୋହନ ଲେଖିଛନ୍ତି। ତେବେ ସତ କଥା ହେଉଛି ବିଦେଶୀ ମାନସିକତାରୁ ଉପନିବେଶବାଦକୁ ଦୂର କରିବା ବାସ୍ତବିକ କଷ୍ଟକର ବୋଲି ଲେଖିଛନ୍ତି।
/wp:html"The hour of the Indian economy," says La Vanguardia, a leading Spanish daily.
— Nithin Kamath (@Nithin0dha) October 13, 2022
Quite cool that the world is taking notice, but the cultural caricaturing, a snake charmer to represent India, is an insult.
Wonder what it takes for this to stop; maybe global Indian products? pic.twitter.com/YY3ribZIaq
କର୍ପୋରେଟ୍ ସେକ୍ଟରରୁ ଦେଖାଯାଇଛି ଅସନ୍ତୋଷ
ଜିରୋଧା କମ୍ପାନୀର ସଂସ୍ଥାପକ ତଥା ସିଇଓ ନିତିନ କାମଥ ମଧ୍ୟ ପ୍ରସଙ୍ଗରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଏହା ଦେଖି ଖୁସି ଲାଗୁଛି ଯେ ଦୁନିଆ ଆମ ଅର୍ଥନୀତିକୁ ନୋଟିସ୍ କରୁଛି। ତେବେ ଏହି ଗ୍ରାଫରେ ଯେପରି ସାପୁଆ କେଳାକୁ ଦେଖା ଯାଇଛି ଏହା ଆମ ଦେଶ ପ୍ରତି ଅପମାନ। ଏହାକୁ ରୋକିବାକୁ କଣ କରିବାକୁ ପଡିବ? ବୋଧ ହୁଏ ବୈଶ୍ୱିକ ଭାରତୀୟ ଉତ୍ପାଦ ବୋଲି ସେ ଉଲ୍ଲେଖ କରିଛନ୍ତି।
/wp:htmlProud to be a land of snakes and snake charmers.Snakes are a sign of mysticism and India is a land of https://t.co/Ez4MOBY11B a country,I don't mind others to downplay our https://t.co/QqT5cIJAnT is exactly these features in a stock which will give us the big alpha.
— Arindam (@iarindam) October 13, 2022
ଖବର କାଗଜର କ୍ଲାସ୍ ନେଇଛନ୍ତି ନେଟିଜେନ
ଟ୍ୱିଟର ଓ ଅନ୍ୟ ସୋସିଆଲ ମିଡିଆରେ ନେଟିଜେନ ସ୍ପେନୀୟ ସମ୍ବାଦପତ୍ରର କ୍ଲାସ୍ ଲଗେଇ ଦେଇଛନ୍ତି। ପ୍ରସଙ୍ଗରେ ପାଶ୍ଚାତ୍ୟ ଉପନିବେଶବାଦୀ ବିଚାର ବିରୋଧରେ ଲୋକେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିରେ ଜଣେ ୟୁଜର ଲେଖିଛନ୍ତି ଯେ ‘ସେମାନେ ଆମ ବାବଦରେ କଣ ଭାବୁଛନ୍ତି ତାର କୋଣସି ଫରକ ପଡେନି,ଆମେ ଉପରକୁ ଉଠୁଛେ ଆଗକୁ ବି ଉଠିବା’। ସେହିପରି ଅନ୍ୟ ଜଣେ ୟୁଜର ପାଶ୍ଚାତ୍ୟ ଲୋକଙ୍କର ଆମ ବିଷୟରେ ଧାରଣା ବହୁତ କମ୍ ବୋଲି ଉଲ୍ଲେଖ କରିଛନ୍ତି।