ଶ୍ରୀଦେବୀଙ୍କ ଲୁକ୍କୁ କପି କଲେ କାଇଲି ଜେନର, ୟୁଜର୍ସ କହିଲେ-ଶସ୍ତା ଭର୍ସନ
21/08/2022 at 8:15 AM

ନୂଆଦିଲ୍ଲୀ ୨୧।୦୮: ଶ୍ରୀଦେବୀଙ୍କ ପୁରୁଣା ଫଟୋସୁଟର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଅଭିନେତ୍ରୀଙ୍କ ଫ୍ୟାନ୍ସ ତାଙ୍କର କିଛି ଫଟୋ କାଇଲି ଜେନେରଙ୍କ ଲାଟେଷ୍ଟ ଫଟୋ ସହିତ ସେୟାର କରିଛନ୍ତି। ଶ୍ରୀଦେବୀଙ୍କ ଫ୍ୟାନ୍ସ ଜୋର ଦେଉଛନ୍ତି କି ନିକଟରେ ଏକ ଇଭେଣ୍ଟରେ କାଇଲି ପିନ୍ଧିଥିବା ସିଲଭର୍ ଟପ୍ ଭାରତୀୟ ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଉଟଫିଟ୍ରୁ ଅନୁପ୍ରାଣିତ ହୋଇଛି। ଯାହାକୁ ଦିନେ ଶ୍ରୀଦେବୀ ପିନ୍ଧିଥିଲେ।

କେତେକ ସୋସିଆଲ ମିଡିଆ ୟୁଜର୍ସ ଉଭୟ ସେଲିବ୍ରିଟିଙ୍କ ଲୁକ୍କୁ ତୁଳନା କରି ଏକ କୋଲାଜ ସେୟାର କରିଛନ୍ତି। ଯେଉଁଥିରେ ଶ୍ରୀଦେବୀଙ୍କ ଫଟୋକୁ ୧୯୯୦ ମସିହାର କୁହାଯାଉଥିବାବେଳେ ଅନ୍ୟଟି ୨୦୨୨ ର କୁହାଯାଉଛି। କାଇଲି ଏବଂ ଶ୍ରୀଦେବୀଙ୍କ ଫଟୋ ସେୟାର କରି ଜଣେ ଫ୍ୟାନ୍ସ କ୍ୟାପସନରେ ଲେଖିଛନ୍ତି, ‘ଏହା ପ୍ରମାଣ ଯେ ଷ୍ଟାଇଲ୍ ଏବଂ ଫ୍ୟାଶନ୍କୁ ବୁଝିବା ମାମଲାରେ ଶ୍ରୀଦେବୀ ତାଙ୍କ ସମୟଠାରୁ ବହୁ ଆଗରେ ଥିଲେ।’

ଫଟୋରେ ସମାନ ହେୟାର ଷ୍ଟାଇଲ ଏବଂ ମେକଅପ୍ ସହିତ ଉଭୟଙ୍କ ଲୁକ୍ ଦେଖାଯାଇଛି। ଶ୍ରୀଦେବୀଙ୍କ ପୋଷାକକୁ ଜଣେ ଭାରତୀୟ ଫ୍ୟାଶନ ଡିଜାଇନର୍ ଡିଜାଇନ୍ କରିଥିବାବେଳେ କାଇଲିଙ୍କ ପୋଷାକକୁ ସ୍ପେନର ଡିଜାଇନର୍ ପ୍ରସ୍ତୁତ କରିଥିବା ଜଣାଯାଇଛି। ଶ୍ରୀଦେବୀଙ୍କ ଗ୍ଲାମରସ୍ ଲୁକ୍ ଜେରକ୍ସ ଭାଥେନା ତିଆରି କରିଥିଲେ, ଯିଏ ୯୦ ଦଶକରେ ପୂଜା ଭଟ୍ଟଙ୍କ ସମେତ ଅନେକ ବଲିଉଡ ଅଭିନେତ୍ରୀଙ୍କ ପାଇଁ ଡ୍ରେସ ଡିଜାଇନ୍ କରିଥିଲେ।
ଏକ ଟ୍ୱିଟର ଆକାଉଣ୍ଟରେ କାଇଲି ଏବଂ ଶ୍ରୀଦେବୀଙ୍କ ଏହି ଲୁକ୍କୁ କୋଲାଜ ସହିତ ପୋଷ୍ଟ କରାଯାଇଛି। ଯେଉଁଥିରେ ଲେଖାଯାଇଛି ‘ଯେତେବେଳେ ବଲିଉଡ ନିଜ ସମୟଠାରୁ ଆଗରେ ଥିଲା। ଶ୍ରୀଦେବୀ ଏହାର ଶୀର୍ଷରେ।’ ସ୍ୱର୍ଗତ ଅଭିନେତ୍ରୀଙ୍କ ଅନେକ ଫ୍ୟାନ୍ସ ଅନଲାଇନରେ ସେୟାର ହୋଇଥିବା ଏହି ଫଟୋ ଉପରେ କମେଣ୍ଟ ଦେଇ ଅଭିନେତ୍ରୀଙ୍କ ଲୁକକୁ ପ୍ରଶଂସା କରିଛନ୍ତି।