ସୁପର ସାଇକ୍ଲୋନରେ ପରିଣତ ହେବ 'କ୍ୟାର୍ର'- ଆରବ ସାଗରରେ ଶକ୍ତିଶାଳୀ ହେଉଛି ଉଠିବ ୪୬ ଫୁଟ୍‌ର ଲହରୀ : ଭାରତୀୟ ପାଣିପାଗ ବିଭାଗ

Published By : Prameya-News7 Bureau | October 27, 2019 IST

ନୂଆଦିଲ୍ଲୀ - ଆବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ 'କ୍ୟାର୍ର' ସୁପର ସାଇକ୍ଲୋନରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଅତି ଭୀଷଣ ସାମୁଦ୍ରିକ ଝଡ 'କ୍ୟାର୍ର' ଏବେ ସମୁଦ୍ର ମଧ୍ୟରେ ଶକ୍ତିଶାଳୀ ହେଉଛି । ଏହା ଅଧିକ ଘନୀଭୂତ ହେବା ସହ ଧୀରେ ଧୀରେ ସୁପର ସାଇକ୍ଲୋନରେ ପରଣିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ତାରା ଏକ ବୁଲେଟିନ୍‌ରେ ସୂଚନା ଦେଇଛି । ଏହା ଦେଶର ପଶ୍ଚିମ ଉପକୂଳରେ ଘନୀଭୂତ ହୋଇଛି । ଗୋନୁ ପରପେ ଏହା ପ୍ରଥମ ସୁପର ସାଇକ୍ଲୋନ । ଏହି ଅଞ୍ଚଳରେ ସୃଷ୍ଟି ହେଉଥିବା ଅଧିକାଂଶ ସାଇକ୍ଲୋନ ଶକ୍ତିଶାଳୀ ହୋଇ ନଥାନ୍ତି ।
'କ୍ୟାର୍ର' ସାଇକ୍ଲୋନ ଗୋନୁର ରେକର୍ଡ କାଟିବ ବୋଲି ସୂଚନା ମିଳିଛି। ଆସନ୍ତାକାଲି ସୋମବାର ସୁଦ୍ଧା 'କ୍ୟାର୍ର'ର ପବନର ବେଗ ଘଣ୍ଟା ପ୍ରତି ୨୫୫ରୁ ୨୬୫ କିଲୋମିଟର ଅତିକ୍ରମ କରିବ ।

wp:core-embed/twitter {"url":"https://twitter.com/Indiametdept/status/1188339291606245376?s=20","type":"rich","providerNameSlug":"twitter","className":""}
https://twitter.com/Indiametdept/status/1188339291606245376?s=20
/wp:core-embed/twitter

ସବୁଠାରୁ ବଡ କଥା ହେଉଛି ଏହା ଭୂଖଣ୍ଡକୁ ଦୂରରେ ରହିଛି । ଏବେ 'କ୍ୟାର୍ର' ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେଲାଣି । ଏବେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି . ରବିବାର ସକାଳ ୫ଟ୩୦ ସୁଦ୍ଧା ମୁମ୍ବଇର ୫୪୦ କିଲୋମିଟର ଦୂର ପଶ୍ଚିମ- ଦକ୍ଷିଣ ପଶ୍ଚିମ ଦିଗରେ ଏହା କେନ୍ଦ୍ରୀତ ଥିଲା । ଓମାନର ସାଲାହଠାରୁ ଏହା ୧,୫୦୦ କିଲୋମିଟର ଦୂରରେ ରହିଛି ।

ଆସନ୍ତା ୫ ଦିନ ମଧ୍ୟରେ ଏହା ଓମାନ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି । ସୋମବାରରେ 'କ୍ୟାର୍ର' ସାଇକ୍ଲୋନ ଯୋଗୁଁ ପବନର ବେଗ ,ସେହି ଅଞ୍ଚଳରେ ଘଣ୍ଟାପ୍ରତି ୨୧୫ରୁ ୨୨୫ କିଲୋମିଟର ବେଗର ପହଞ୍ଚିବ । ଏହା ବେଳେ ବେଳେ ୨୯୦ କିଲୋମିଟରରେ ପହଞ୍ଚିବ ।

ବୁଧବାର ସୁଦ୍ଧା 'କ୍ୟାର୍ର' ଯୋଗୁଁ ୪୬ ଫୁଟ୍‌ର ଲହରୀ ଉଠିବ ବୋଲି ସୂଚନା ଦିଆଯାଇଛି । ମଙ୍ଗଳବାର ସୁଦ୍ଧା ଏଥିଯୋଗୁଁ ଆରବ ସାଗରରେ ୩୦ ଫୁଟ ଉଚ୍ଚର ଜୁଆର ଉଠିବ ବୋଲି ଆଶଙ୍କା କରାଯାଉଛି ।

ଏହା ଓମାନରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.