ଦୁଇ ଗୁଣ ହେଲା ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ କାଳୀନ ସହାୟତା ରାଶି ; ଶୁଭାରମ୍ଭ ହେଲା 'କୁସୁମ' ଯୋଜନା

Published By : Prameya-News7 Bureau | October 06, 2018 IST

ଭୁବନେଶ୍ୱର ୬/୧୦ : ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଜନା 'କୁସୁମ' ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ଯୋଜନା ଫଳରେ ନିର୍ମାଣ ଶ୍ରମିକଙ୍କ ମେଧାବୀ ପିଲାମାନେ ଶିକ୍ଷା ପାଇଁ ବିଶେଷ ଆର୍ଥିକ ସହାୟତା ହାସଲ କରିବେ | ମେଧାବୀ ଛାତ୍ରଙ୍କ ଶିକ୍ଷା ଖର୍ଚ୍ଚ ସରକାର ବହନ କରିବେ | ବିଶେଷ କରି ସରକାରୀ ଆଇଟିଆଇ ଓ ପଲିଟେକ୍ନିକରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଫାୟଦା ମିଳିବ | ଏ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ କାଳୀନ ଅସହାୟତା ବୃଦ୍ଧି ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି | ପୂର୍ବରୁ ନିର୍ମାଣ ଶ୍ରମିକଙ୍କ ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତ ରାଶି ଏକ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି | ସେହିଭଳି ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ସହାୟତା ରାଶି ପୂର୍ବରୁ ୨ ଲକ୍ଷ ଟଙ୍କା ଥିଲା | ଏବେ ଏହାକୁ ୪ ଲକ୍ଷ ଟଙ୍କା କରାନଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.