ବିଜେଡି ଛାଡିଲେ ସୁନ୍ଦରଗଡର ନେତ୍ରୀ କୁସୁମ ଟେଟେ, ଜାଣନ୍ତୁ କାହିଁକି

Published By : Prameya-News7 Bureau | March 19, 2019 IST

ସୁନ୍ଦରଗଡ଼ ୧୯/୩ : ସୁନ୍ଦରଗଡର ବିଜେଡି ନେତ୍ରୀ କୁସୁମ ଟେଟେ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଛନ୍ତି । କଂଗ୍ରେସ ବିଧାୟକ ଯୋଗେଶ ସିଂ ବିଜେଡିରେ ଯୋଗ ଦେବା ନେଇ ସୁସୁମ ଅସନ୍ତୁଷ୍ଟ ଥିଲେ । ତାଙ୍କୁ ମନାଇବା ପାଇଁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କରାଯାଇଥିଲା । ତେବେ ସେ ଏହି ପଦବୀ ମଧ୍ୟ ଛାଡିଥିଲେ ।

ପରେ ପରେ ସୁନ୍ଦରଗଡର କଂଗ୍ରେସ ନେତ୍ରୀ ତଥା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳଙ୍କୁ ବିଜେଡିରେ ସାମିଲ କରାଯିବା ସହ ତାଙ୍କୁ ସୁନ୍ଦରଗଡ ଲୋକ ସଭା ଆସନରୁ ଦଳ ପ୍ରାର୍ଥୀ କରିଛି । ଏପଟେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ଯୋଗେଶ ସିଂଙ୍କୁ ସୁନ୍ଦରଗଡ ବିଧାନସଭା ଆସନରୁ ଟିକେଟ ଦେଇଛି ଦଳ । ଏଗାକୁ ନେଇ କୁସୁମ କ୍ଷୁବ୍ଧ ଥିଲେ ।

ସୁନ୍ଦରଗଡ଼ର ବରିଷ୍ଠ ବିଜେଡି ନେତ୍ରୀ ହେଲେ କୁସୁମ ଟେଟେ ୨୦୧୪ ନିର୍ବାଚନରେ ସୁନ୍ଦରଗଡ଼ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ଯୋଗେଶଙ୍କଠାରୁ ପରାସ୍ତ ହୋଇଥିଲେ। କୁସୁମ ବିଜେଡି ଛାଡିବାରେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରିନାହାନ୍ତି । କେବେ ସୁନ୍ଦରଗଡରେ କୁସୁମଙ୍କ ଭଲ ସଂଗଠନ ରହିଥିବାରୁ ଏହା ବିଜେଡି ପାଇଁ କ୍ଷତିକାରକ ହୋଇପାରେ ବୋଲି ଆଲୋଚନା ହେଉଛି । ସମ୍ଭବତଃ ବିଜେଡି ବିରୋଧରେ କୁସୁମଙ୍କ ରାଗ ଓ କ୍ଷୋଭରୁ ବିଜେପି ବା କଂଗ୍ରେସ ଫାଇଦା ନେବା ପାଇଁ ଚେଷ୍ଟା କରିପାରନ୍ତି ।

{"id":94991}



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.