କୁସୁମ ଟେଟେଙ୍କୁ ଆଶ୍ୱସ୍ତି, ବିଧାୟକ ପଦ ରଦ୍ଦ ସଂପର୍କିତ ଆବେଦନ ଖାରଜ

Published By : Prameya-News7 Bureau | March 16, 2023 IST

କଟକ ୧୬।୦୩ : କୁସୁମ ଟେଟେଙ୍କୁ ଆଶ୍ବସ୍ତି । ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କୁ ମିଳିଛି ଆଶ୍ବସ୍ତି । ବିଧାୟକ ପଦ ରଦ୍ଦ ସମ୍ପର୍କିତ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି ।

ଖବର ଅନୁଯାୟୀ, ଅଫିସ ଅଫ ପ୍ରଫିଟ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଦାୟର ହୋଇଥିଲା ମାମଲା। ସ୍ଥାନୀୟ ଭୋଟର ଜଗଦୀପ ପ୍ରତାପ ଦେଓଙ୍କ ପକ୍ଷରୁ ଦାୟର ହୋଇଥିଲା ମାମଲା । ପ୍ରତିପକ୍ଷଙ୍କୁ ହଇରାଣ କରିବା ପାଇଁ ଏହି ମାମଲା କରାଯାଇଥିବା ଦର୍ଶାଇ ମକଦ୍ଦମା ଖର୍ଚ୍ଚ ବାବଦରେ ୧୫ ହଜାର ଟଙ୍କା ବିଧାୟିକାଙ୍କୁ ଦେବାକୁ ଆବେଦନାକାରୀଙ୍କୁ ଜଷ୍ଟିସ ବିଶ୍ବନାଥ ରଥଙ୍କ ଖଣ୍ଡପୀଠ କହିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏହା ପୈଠ କରିବାକୁ କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.