ଭଦ୍ରକ ୨୮।୧୧ : ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ । ନୟାଗଡ଼ରେ ନାବାଳିକା ପରୀ ମୃତ୍ୟୁ ଘଟଣାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପରୀକୁ ନ୍ୟାୟ ଦେବା ଦାବିରେ ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ନୟାଗଡ଼ର ୫ବର୍ଷର ନାବାଳିକ ପରୀର ମୃତ୍ୟୁକୁ ନେଇ ରାଜ୍ୟରେ ରାଜନୀତି ସରଗରମ ରହିଛି । ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ପରୀରୁ ମୃତ୍ୟୁକୁ ନେଇ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲି ସାହୁଙ୍କ ଘଣ୍ଟ ଘୋଢାଉଛି ପୋଲିସ । ଯାହାକୁ ନେଇ ମହିଳା ମୋର୍ଚା ପକ୍ଷରୁ ବିଜେପି ଜିଲ୍ଲା କାର୍ଯ୍ୟାଳୟରୁ ଏକ ରାଲି ବାହାରି ବନ୍ତ ଛକ ପର୍ଯ୍ୟନ୍ତ ଯାଇଥିଲା। ପରେ ବିକ୍ଷୋଭ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ମହିଳା ମୋର୍ଚା । ଏହାପରେ କୁଶପୁତୁଳିକା ମଧ୍ୟ ଦାହା କରାଯାଇଥିଲା । ପରୀକୁ ନ୍ୟାୟ ମିଳିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଭଦ୍ରକର ମହିଳା ମୋର୍ଚାର ସଦସ୍ୟାମାନେ।