ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କଲେ ଆଉ ଜଣେ କଳାକାର
15/08/2020 at 1:40 PM

ମୁମ୍ବାଇ ୧୫/୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ପୂରା ଦେଶ ଏକାଠି ହୋଇଛି। ସୋସିଆଲ ମିଡିଆରେ ଏକ ଏପରି ଆନ୍ଦୋଳନ ହୋଇଛି ଯେଉଁଠି ସମସ୍ତେ ଏହି ମାମଲାରେ ସିବିଆଇ ଯାଞ୍ଚ ପାଇଁ ଦାବି କରୁଛନ୍ତି ଏବଂ ଏହି ପ୍ରସିଦ୍ଧ ଅଭିନେତା ପାଇଁ ନ୍ୟାୟ ମିଳିବାକୁ ଗୁହାରି କରୁଛନ୍ତି। ସୁଶାନ୍ତ ମାମଲାରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରି ମଧ୍ୟ ଏକାଠି ହେଉଛି। ଅଭିନେତା କୁଶାଲ ଟଣ୍ଡନ ମଧ୍ୟ ସୁଶାନ୍ତଙ୍କ ସମର୍ଥନରେ ପୋଷ୍ଟ ସେୟାର କରିଛନ୍ତି।
କୁଶାଲ ଟଣ୍ଡନ ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚର ସମର୍ଥନ କରିଛନ୍ତି। ଅନ୍ୟ ସେଲେବଙ୍କ ପରି ସେ ମଧ୍ୟ ସୋସିଆଲ ମିଡିଆରେ ଏହି ଅଭିଯାନକୁ ନିଜର ସମର୍ଥନ ଦେଇଛନ୍ତି। କୁଶାଲ ହାତ ଯୋଡ଼ି ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସହ କୁଶାଲ ଲେଖିଛନ୍ତି- କେହି ବଞ୍ଚିବେ ନାହିଁ। ଏବେ କୁଶାଲଙ୍କ ଏତିକି କଥା ହିଁ ବୁଝାଉଛି ଯେ ତାଙ୍କ ମନରେ ବହୁତ ରାଗ ରହିଛି। ସେ ନିଜ ବନ୍ଧୁ ସୁଶାନ୍ତଙ୍କ ଏପରି ଚାଲି ଯିବା ଯୋଗୁଁ ଦୁଃଖିତ ଅଛନ୍ତି। ଏହା ପୂର୍ବରୁ ମଧ୍ୟ କୁଶାଲ ଟଣ୍ଡନ ସୋସିଆଲ ମିଡିଆ ଜରିଆରେ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ନ୍ୟାୟ ମାଗିଥିଲେ।
ସୁଶାନ୍ତଙ୍କ ଭଉଣୀ ଶ୍ବେତା ସୋସିଆଲ ମିଡିଆ ରେ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅନୁସାରେ ସମସ୍ତେ ହାତ ଯୋଡ଼ି ନିଜ ଫଟୋ ସେୟାର କରୁଛନ୍ତି ଏବଂ ସୁଶାନ୍ତ ମାମଲାରେ ସିବିଆଇ ଯାଞ୍ଚ ପାଇଁ ସ୍ବର ଉତ୍ତୋଳନ କରୁଛନ୍ତି। ଶ୍ବେତାଙ୍କ ଏହି ଅଭିଯାନକୁ ଜବରଦସ୍ତ ସମର୍ଥନ ମିଳୁଛି। ଅଧିକାଂଶ ବଡ଼ କଳାକାର କେବଳ ଏହି ଅଭିଯାନ ସହ ସାମିଲ ହେଉନାହାନ୍ତି ବରଂ ସୁଶାନ୍ତଙ୍କୁ ମନେ ପକାଇ ଇମୋସନାଲ୍ ହେଉଛନ୍ତି।