କୁଶଭଦ୍ରା ନଦୀବନ୍ଧରେ ଘାଇ: ଜଳମଗ୍ନ ହେବ ୭ ପଞ୍ଚାୟତ ପ୍ରଭାବିତ, ହେବେ ୫୦ ହଜାର ଲୋକ
17/08/2022 at 8:37 AM

କୋଣାର୍କ ୧୭/୦୮: କୁଶଭଦ୍ରା ନଦୀବନ୍ଧରେ ୨୫ ଫୁଟର ଘାଇ । ୭ଟି ପଞ୍ଚାୟତ ହେବ ଜଳମଗ୍ନ ପ୍ରଭାବିତ ହେବେ ୫୦ ହଜାର ଜନସାଧାରଣ । ଘାଇଟି କ୍ରମଶଃ ବଢ଼ିବାରେ ଲାଗିଥିବା ବେଳେ ସ୍ଥାନୀୟ ଅଞ୍ଚଳ ଜଳମଗ୍ନ ହେବାରେ ଲାଗିଛି । ଜଳ ସମ୍ପଦ ବିଭାଗ ଅବହେଳା କାରଣରୁ ଘାଇ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।
କୁଶଭଦ୍ରା ନଦୀବନ୍ଧ ସୁଦୃଢ଼ କରିବାଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ଏହି ନଦୀରେ ଥିବା କଲଭର୍ଟ ଗୁଡିକ ମରାମତି ନହେବାରୁ ଘାଇ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।ଅନ୍ୟପଟେ ମଳିଆତୁଠ, ସୁଜାନଗର, ପାଇକସାହି, ଗୋପ ବଣିଆ ସାହି ଆଦି ସ୍ଥାନରେ ବିପଦଶଙ୍କୁଳ ଅବସ୍ଥାରେ ରହିଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023