କୁଶଭଦ୍ରା ନଦୀର ପାଇକସାହି ତିନିମୁହାଁଣିଠାରେ ଭାଙ୍ଗିଲା ଶଙ୍ଖ କବାଟ, ଗାଁ ଭିତରେ ପଶିଲା ବନ୍ୟାଜଳ
16/08/2022 at 11:50 AM

କୋଣାର୍କ ୧୬।୮: କୁଶଭଦ୍ରା ନଦୀ ନେତପୁରଠାରେ ଥିବା ପାଇକସାହି ତିନିମୁହାଣି ଶଙ୍ଖ ଭାଙ୍ଗି ବନ୍ୟାଜଳ ଗ୍ରାମ ଭିତରେ ପଶିବାରେ ଲାଗିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦୀର୍ଘ ୫ବର୍ଷରୁ ଅଧିକ ସମୟ ହେଲା ଏହି ଶଙ୍ଖଟି ଭାଙ୍ଗି ଯାଇଥିବା ବେଳେ ବାରମ୍ଵାର ଅଭିଯୋଗ ପରେ ବି ପ୍ରଶାସନ ପକ୍ଷରୁ ଏହାର ମରାମତି ହୋଇନଥିଲା ।

ଗତ ୨ ଦିନ ହେଲା କୁଶଭଦ୍ରା ନଦୀରେ ବନ୍ୟାଜଳ ଆସିବା ଫଳରେ ଏହି ଶଙ୍ଖକୁ ଠେଲି ଦେବାରୁ ବନ୍ୟାଜଳ ଗ୍ରାମ ଭିତରେ ପଶିବାରେ ଲାଗିଛି । ଫଳରେ ୨୦ରୁ ଉର୍ଦ୍ଧ୍ଵ ଗ୍ରାମ ବନ୍ୟାଜଳରେ ବୁଡିବା ସହ ହଜାର ହଜାର ଏକର ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ମଙ୍ଗଳବାର ସକାଳୁ ଏହି ଶଙ୍ଖ ଭାଙ୍ଗିଥିବା ବେଳେ ଜଳସଂପଦ ବିଭାଗକୁ ଖବର ଦେଲେ ମଧ୍ୟ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି ।