ପ୍ୟାରିସ ଗୁଳିକାଣ୍ଡ: ଜାଣିଶୁଣି ଟାର୍ଗେଟ୍ କରାଯାଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଲେ କୁର୍ଦ୍ଦିଶ ସମ୍ପ୍ରଦାୟ ଲୋକେ

Published By : Prameya-News7 Bureau | December 24, 2022 IST

ପ୍ୟାରିସ୍: ଫ୍ରାନ୍ସ କ୍ୟାପିଟାଲ ପ୍ୟାରିସ୍‌ରେ କୁର୍ଦ୍ଦିଶମାନେ ରହୁଥିବା ଅଞ୍ଚଳରେ ଗତକାଲି ଗୁଳିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ବିରୋଧ କରି ଆଜି ପ୍ରାନ୍ସରେ କୁର୍ଦ୍ଦିଶ ସମ୍ପ୍ରଦାୟମାନେ ରାସ୍ତାକୁ ଓହ୍ଲାଇଛନ୍ତି। ନ୍ୟାୟ ଦାବି କରି ଫ୍ରାନ୍ସ ସରକାରଙ୍କର ବିରୋଧରେ ନାରାବାଜୀ କରିଛନ୍ତି।

ଶୁକ୍ରବାର ଜଣେ ୬୯ ବର୍ଷୀୟ ବ୍ୟକ୍ତି ବନ୍ଧୁକ ଧରି କୁର୍ଦ୍ଦିଶ ସାଂସ୍କୃତି କେନ୍ଦ୍ରରେ ଆଖିବୁଜା ଗୁଳି ଚାଳନା କରିଥିଲା। ଏଥିରେ ୩ ଜଣଙ୍କର ଜୀବନ ଯାଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ। ଏହି ଗୁଳିକାଣ୍ଡରେ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ବର୍ତ୍ତମାନ ପୁଲିସ କଷ୍ଟୁଡିରେ ଅଛନ୍ତି।

ଗତବର୍ଷ ମଧ୍ୟ ଉକ୍ତ ଅପରାଧିକ ପ୍ରବାସୀଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିଲା। ଚଳିତ ମାସରେ ସେ ବେଲ୍‌ରେ ଆସିଥିଲା। ବେଲ୍‌ରୁ ଆସି ସେ ପୁଣି ଗୁଳିକାଣ୍ଡ ଘଟାଇଛି। ଗୁଳିକାଣ୍ଡ ପରେ ଶୁକ୍ରବାର କୁର୍ଦ୍ଦିଶ ଲୋକଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲା।

ଏହାପରେ ଆଦି ଦିନ ୧୧ ଟା ବେଳେ କୁର୍ଦ୍ଦିଶ ନେତାମାନେ ପ୍ଲେସ୍ ଡି ଲା ରିପବ୍ଲିକ ଛକରେ ବିକ୍ଷୋଭ କରିବାକୁ ଆହ୍ୱାନ ଦେଇଥିଲେ। ସେମାନଙ୍କୁ ଜାଣିଶୁଣି ଟାର୍ଗେଟ୍ କରାଯାଉଛି ବୋଲି କୁର୍ଦ୍ଦିଶ ଆନ୍ଦୋଳନକାରୀମାନେ ଅଭିଯୋଗ କରି ନ୍ୟାୟ ଦାବି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.