ଶୁଙ୍ଗୁଡ଼ା ଗ୍ରାମ କୁମ୍ଭାର ସାହିରେ କୁରାଳ ପଞ୍ଚମୀ ପର୍ବ ପାଳିଲେ କୁମ୍ଭାର ପରିବାର

Published By : Prameya-News7 Bureau | November 29, 2022 IST

ଚଣ୍ଡିଖୋଲ, ୨୯/୧୧: ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଶୁଙ୍ଗୁଡ଼ା ଗ୍ରାମ କୁମ୍ଭାର ସାହିରେ କୁମ୍ଭାର ପରିବାରମାନେ କୁରାଲ ପଞ୍ଚମୀ ପାଳନ କରିଥାନ୍ତି । ଏହି ପର୍ବକୁ ପାଞ୍ଚ ଦିନ ଧରି ପାଳନ କରାଯାଉଥିବା ବେଳେ ନଦୀରୁ ଘଟ ଉଠାଇ ମଣ୍ଡପରେ ସ୍ଥାପନା କରି ଲକ୍ଷ୍ମୀ ନାରାୟଣ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବଡ଼ ଭାଈ ବଳଭଦ୍ର, ମାତା ଶୁଭଦ୍ରା ଦେବୀଙ୍କ ମୂର୍ତ୍ତୀ ସ୍ଥାପନା କରି ପୁଜା ଅର୍ଚ୍ଚନା କରିଥାନ୍ତି । ଏହି ପାଞ୍ଚ ଦିନ କୁମ୍ଭାର ପାରିବାର ଲୋକ ମାନେ ନୂତନ ବସ୍ତ୍ର , ପିଠାପଣା, ଭୋଜି ଭାତ କରି ଆନନ୍ଦରେ ପାଳିଥାଆନ୍ତି ।

wp:html https://youtu.be/LAk_XqYQk0A /wp:html


ପ୍ରଥା ଅନୁସାରେ ସବୁଦିନ କୁମ୍ଭକାରମାନେ ହାଣ୍ଡି ଗଢି ଶ୍ରୀମନ୍ଦିରକୁ ପଠାନ୍ତି । ହେଲେ ସେମାନେ ଜଗନ୍ନାଥଙ୍କୁ ଦର୍ଶନ କରିପାରି ନଥାନ୍ତି । ସବୁଦିନ ମନ ଦୁଃଖରେ ଫେରନ୍ତି । ଦିନେ ରାତିରେ ପ୍ରଭୁ ଶ୍ରୀ ଜଗନ୍ନାଥ ସପ୍ନରେ ଦର୍ଶନ ଦେଇ କହିଲେ ମନ ଦୁଃଖ କରନା କୁରାଲ୍ ପଞ୍ଚମୀ ପାଞ୍ଚ ଦିନ ମୁଁ ତୁମ ମାଟିଉହା, ଚକ୍ରରେ ରହିବି ମୋତେ ସେଇଠି ଦର୍ଶନ କରିବୁ । ସେଇପ୍ରଥାକୁ ନେଇ ଏହି କୁରାଳ ପଞ୍ଚମୀ ପାଳନ କରିଆସୁଛନ୍ତି ବୋଲି କୁମ୍ଭାର ପରିବାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.