ଶିମିଳିପାଳ: ଆଖି ବୁଜିଲା କୁଙ୍କି ହାତୀ ଶୋଭା; ୬୫ ବର୍ଷରେ ମୃତ୍ୟୁ, ଦେଖନ୍ତୁ ଭିଡିଓ
17/12/2022 at 11:20 PM

ବାରିପଦା ୧୭/୧୨: ଶନିବାର ଶିମିଳିପାଳରେ ଏକ ପୋଷା ହାତୀର ମୃତ୍ୟୁ ହେଇଛି। ଶିମିଳିପାଳ ଜେନାବିଲ ରେଞ୍ଜରେ କୁଙ୍କି ହାତୀ ଶୋଭାର ମୃତ୍ୟୁ। ସେ ବହୁ ଦିନରୁ ଅସୁସ୍ଥ ଥିଲା। ୨୦୦୨ରୁ ଶିମିଳିପାଳରେ କୁଙ୍କି ହାତୀ ଭାବେ ନିୟୋଜିତ ଥିଲା ଶୋଭା। ହାତୀର ବୟସ ପ୍ରାୟ ୬୫ରୁ ଅଧିକ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଶୋଭା ବହୁଦିନ ହେଲା ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା। ଏହାସହିତ ବାଘ ଗଣନା ପାଇଁ ଶୋଭାକୁ ମଧ୍ୟ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା।
Related Posts
ପୋଲିସକୁ ସଫଳତା, ହକି ତାରକାଙ୍କ ଘରୁ ଲୁଟ୍ ଘଟଣାର ଅଭିଯୁକ୍ତ ଗିରଫ
27 January 2023
କୂଅରୁ ଉଦ୍ଧାର ହେଲା ଗାଢ ଭାଲୁ, ଜଙ୍ଗଲରେ ଛାଡିଲା ବନବିଭାଗ
27 January 2023
ପାଇପ ଚୋରି ମାମଲା, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ
27 January 2023