ଆଜି ବସୁଛି ତଦନ୍ତ କମିଶନଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

Published By : Prameya-News7 Bureau | August 05, 2018 IST

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାକୁ ନେଇ ଆଜି ବସୁଛି ତଦନ୍ତ କମିଶନଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ । ବୈଠକରେ ସରକାର ଓ ପୀଡିତାଙ୍କ ପରିବାର ପକ୍ଷରୁ ହୋଇଥିବା ସାକ୍ଷ୍ୟ ଗ୍ରହଣର ତର୍ଜମା କରାଯିବ । ସାକ୍ଷ୍ୟ ଗ୍ରହଣର ତର୍ଜମା ବେଳେ ଯଦି ଅଧିକ ତଥ୍ୟ ଆବଶ୍ୟକ ପଡେ ତେବେ ସଂପୃକ୍ତ ସାକ୍ଷୀଙ୍କୁ ପୁଣି ଥରେ ଡକାଯିବ । ଏନେଇ ଆଜି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି କମିଶନଙ୍କ ସ୍ବତନ୍ତ୍ର କାଉନସେଲ୍ । ଗତ ରବିବାର ସିମିଳିଗୁଡାରେ କମିଶନରଙ୍କ କାର୍ଯ୍ୟାଳୟରେ ହାଜର ହୋଇ ପୀଡିତାଙ୍କ ପରିବାର ପକ୍ଷ ରଖିଥିଲେ । ପୂର୍ବରୁ ୬ଟି ପର୍ଯ୍ୟାୟରେ ସରକାରୀ ପକ୍ଷର ମୋଟ୍ ୧୪ଜଣ ନିଜର ସାକ୍ଷ୍ୟ ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.