AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

୧୫ ଜାନୁଆରୀରୁ ୪ ମାର୍ଚ୍ଚ ପର୍ଯ୍ୟନ୍ତ କୁମ୍ଭମେଳା : ମହାମେଳା ମହାଆୟୋଜନ ସଂପର୍କରେ ଆସନ୍ତୁ ଜାଣିବା

12/01/2019 at 6:55 PM

ପ୍ରୟାଗରାଜ ୧୨/୧ : ଆଧ୍ୟାତ୍ମିକ ଦେଶ ଭାରତବର୍ଷ । ଯେଉଁଠାରେ ବିଭିନ୍ନ ସମୟରେ ଅନେକ ପର୍ବପର୍ବାଣୀ ସହ ଓଷା ବ୍ରତ ପାଳନ କରିଥାନ୍ତି ଲୋକେ । ଆଉ ଢେର୍ ବିଶ୍ବାସର ସହିତ ଧାର୍ମିକ ଓ ଆଧ୍ୟାତ୍ମିକତାର ଭବ୍ୟ ଆୟୋଜନ ମଧ୍ୟ ହୋଇଥାଏ । ଯେମିତି ଏଇ କୁମ୍ଭ ମେଳା ଆୟୋଜିତ ହେଉଛି । ୧୫ ଜାନୁଆରୀ ରୁ ୪ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହାମେଳା ମହାଆୟୋଜନ ସଂପର୍କରେ ଆସନ୍ତୁ ଜାଣିବା….

ସଂସ୍କୃତି, ସଭ୍ୟତା ଓ ଶ୍ରଦ୍ଧାର ଅନନ୍ୟ ମିଳନ କୁମ୍ଭମେଳା….ହିନ୍ଦୁ ତୀର୍ଥଯାତ୍ରୀଙ୍କ ସର୍ବାଧିକ ତୀର୍ଥଯାତ୍ରା….ବିଶ୍ବର ସବୁଠୁ ବଡ଼ ଧାର୍ମିକ ସମ୍ମିଳନୀ…..ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ବୁଡ଼ ପକାଇବାକୁ ଛୁଟୁଛି ଭକ୍ତଙ୍କ ସୁଅ…..ସାଧୁ ସନ୍ଥଙ୍କ ପବିତ୍ର ମନ୍ତ୍ରରେ ଗୁଞ୍ଜରିତ ହେବ ତୀର୍ଥରାଜ ପ୍ରୟାଗ…ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆଖଡା ନାଦରେ କମ୍ପିବ ସହର….

୧୫ ଜାନୁଆରୀ ୨୦୧୯ରୁ ୪ ମାର୍ଚ୍ଚ ୨୦୧୯ । ୪୯ ଦିନ ଧରି ଚାଲିବ ମହାମେଳା କୁମ୍ଭ ମେଳା । କୋଟି କୋଟି ଶ୍ରଦ୍ଧାଳୁଙ୍କ ସହ ସାଧୁ ସନ୍ଥଙ୍କ ଆଗମନ ପାଇଁ ପୂରା ପ୍ରସ୍ତୁତ ହୋଇଛି ଉତ୍ତରପ୍ରଦେଶ ଆଲ୍ଲହାବାଦ ସହର ।ପବିତ୍ର ସ୍ନାନ, ସାସ୍କୃତିକ କାର୍ଯ୍ୟକ୍ରମ, ସାଧୁସନ୍ଥଙ୍କ ଶୋଭାଯାତ୍ରାରେ କମ୍ପିବ ପ୍ରୟାଗରାଜ ।

ବିଶ୍ବର ସବୁଠୁ ବଡ଼ ଏହି ଧାର୍ମିକ ସମ୍ମିଳନୀରେ ଲୋକେ ଏକାଠି ହୋଇଥାନ୍ତି ପବିତ୍ର ଜଳରେ ବୁଡ ପକାଇ ପାପ ନାଶ କରିବାକୁ । ସେଥିପାଇଂ ଏହି ମହାମେଳାରେ ଯୋଗ ଦେଇ ପବିତ୍ର ଜଳରେ ସ୍ନାନ କରିବା ବେଶ୍ ଗୁରୁତ୍ବପୂର୍ଣ୍ଣ ।ତେବେ ମକର ସଂକ୍ରାନ୍ତି ପ୍ରାରମ୍ଭରୁ ଏହି ପବିତ୍ର ପୀଠ ପ୍ରୟାଗରାଜରେ କୁମ୍ଭମେଳା ଅବସରରେ ପ୍ରତିଦିନ ସ୍ନାନର ଭିନ୍ନ ଭିନ୍ନ ଗୁରୁତ୍ବ ରହିଛି ।

ପ୍ରଥମ ସ୍ନାନ, ୧୫ ଜାନୁଆରୀ ୨୦୧୯ । ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସୁର୍ଯ୍ୟଙ୍କ ଗତି ଏହି ଦିନ ହିଁ ହୋଇଥାଏ । ସେଥିପାଇଁ ଏହିଦିନ ମଙ୍ଗଳ ମନାସି ଲୋକେ ବ୍ରତ ରଖିବା ସହ ପବିତ୍ର ଜଳରେ ସ୍ନାନ କରିବାକୁ ଗହଳି ଲଗାଇଥାନ୍ତି ଏହି ମହାମେଳାରେ ।

   Related Posts