ପ୍ରୟାଗରାଜରେ ଆଜିଠୁ ଆରମ୍ଭ ହେଲା କୁମ୍ଭ ମେଳା: ୧୫ ଲକ୍ଷ ଶ୍ରଦ୍ଧାଳୁ ପକାଇଲେ ବୁଡ , କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଟୁଇଟରରେ ପୋଷ୍ଟକଲେ ନିଜେ କରିଥିବା ସାହିସ୍ନାନର ଫଟୋ
15/01/2019 at 5:20 PM

ପ୍ରୟାଗରାଜ୧୫|୧: ଉତ୍ତରପ୍ରଦେଶର ପବିତ୍ର ପ୍ରୟାଗରାଜ ଠାରେ ଆଜିଠୁ ଆରମ୍ଭ ହୋଇଛି ପବିତ୍ର କୁମ୍ଭ ମେଳା। ଲକ୍ଷଲକ୍ଷ ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ଗଙ୍ଗା ନଦୀର ପବିତ୍ର ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି । ପ୍ରଥମ ଦିନରେ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ସଙ୍ଗମ ସ୍ଥଲରେ ଯାଇ ବୁଡ ପକାଇଛନ୍ତି ।

୫୫ ଦିନ ଧରି ଚାଲିବାକୁ ଥିବା ଏହି କୁମ୍ଭମେଳାରେ ବିଭିନ୍ନ ଆଖଡ଼ାର ସାଧୁସନ୍ଥମାନେ ଧାଡ଼ିବାନ୍ଧି ସୂର୍ଯ୍ୟୋଦୟ ପୂର୍ବରୁ ଗଙ୍ଗାରେ ପବିତ୍ର ସ୍ନାନ କରିଛନ୍ତି। କୁମ୍ଭ ମେଳାକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାଧୁସନ୍ଥ, ଦେଶର ପଯ୍ୟଟକଙ୍କ ସହିତ ବହୁ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହି ମେଳାରେ ସାମିଲ ହୋଇଛନ୍ତି । କୁମ୍ଭମେଳା ହେଉଛି ବିଶ୍ବର ସବୁଠାରୁ ବଡ଼ ମେଳା।

ଏହି ମେଳାରେ ଚଳିତ ବର୍ଷ ଆନୁମାନିକ ୧୩ କୋଟିରୁ ଅଧିକ ଲୋକ ଭାଗ ନେବେ ବୋଲି ଆକଳନ କରାଯାଉଛି । ଏପଟେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ମଧ୍ୟ ସଙ୍ଗମ ସ୍ଥଳକୁ ଯାଇ ବୁଡ ପକାଇଛନ୍ତି । ‘ହର୍ ହର୍ ଗଙ୍ଗେ’ ଲେଖି ତାଙ୍କର ଶାହୀ ସ୍ନାନର ଫଟୋ ଟ୍ଵିଟରରେ ପୋଷ୍ଟ କରିଛନ୍ତି ।

କୁମ୍ଭମେଳା ହିନ୍ଦୁ ଧର୍ମାବଲମ୍ବୀମାନଙ୍କର ଏକ ପବିତ୍ର ଉତ୍ସବ ହୋଇଥିବା ବେଳେ ପର୍ଯ୍ୟଟନ ଦୃଷ୍ଟିରୁ ଏହା ଏକ ଅନ୍ତର୍ଜାତୀୟ ସାଂସ୍କୃତିକ ସମାରୋହ ଭାବେ ପରିଗଣିତ ହୋଇଥାଏ।
#kumbh2019 #trivenisangam हर हर गंगे ? pic.twitter.com/MqQXDL5SN3— Smriti Z Irani (@smritiirani) January 15, 2019
ତ୍ରିବେଣୀ ସଙ୍ଗମର ପ୍ରାୟ ୫.୫ କିଲୋମିଟର ଦୀର୍ଘ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୩୫ଟି ସ୍ନାନ ଘାଟ ନିର୍ମାଣ କରାଯାଇଛି। ଏଥିରେ ପ୍ରାୟ ୩୫ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ଜଣାଯାଇଛି।

ବିଶ୍ବାସ ରହିଛି, ଏହି ସମୟରେ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ସ୍ନାନ କଲେ ପାପ ନାଶ ହେବା ସହ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ମିଳିଥାଏ।
