LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କିଙ୍ଗ ମେକର ନୁହେଁ କିଙ୍ଗ – କୁମାରସ୍ଵାମୀ

25/05/2018 at 10:24 AM

ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାରେ ସକ୍ଷମ ହୋଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ବାମୀ | ଫଳରେ ଗତ ୧୦ ଦିନ ଧରି କର୍ଣ୍ଣାଟକରେ ଲାଗିରହିଥିବା ରାଜନୈତିକ ଅସ୍ଥିରତାର ଅବସାଦ ଘଟିଛି | ଏବେ ବଡ ଆହ୍ୱାନ ହେଉଛି ଜେଡିଏସ ଓ କଂଗ୍ରେସ ମିଳିତ ମେଣ୍ଟ ସରକାରର ସ୍ଥିରତା |
ସୂଚନାଯୋଗ୍ୟ ଯେ, କୁମାରସ୍ବାମୀ ଦ୍ୱିତୀୟଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଛନ୍ତି | ଏଥିପୂର୍ବରୁ ୨୦୦୬ ମସିହାରେ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ | ୯ ଅକ୍ଟୋବର ୨୦୦୭ ପର୍ଯ୍ୟନ୍ତ ସେ ୩ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ | ଏଥର ଭଳି ୨୦୦୪ ମସିହା ବିଧାନସଭା ନିର୍ବାଚନରେ ମଧ୍ୟ ଝୁଲା ଅବସ୍ଥା ସୃଷ୍ଟି ହୋଇଥିଲା | ଜେଡିଏସ ୪୧ ଆସନରେ ବିଜୟୀ ହୋଇଥିଲା | ଜେଡିଏସ କଂଗ୍ରେସକୁ ସମର୍ଥନ ଦେବା ଫଳରେ କଂଗ୍ରେସ ସରକାର ଗଠନ କରିଥିଲା | କଂଗ୍ରେସ ନେତା ଧରମ ସିଂ ମୁଖ୍ୟମନ୍ତ୍ରୀ ହୋଇଥିଲେ | କିନ୍ତୁ ୨୦୦୬ ମସିହାରେ ୪୨ ବିଧାୟକଙ୍କୁ ନେଇ ଏଚ.ଡି.କୁମାରସ୍ବାମୀ କଂଗ୍ରେସ ଠାରୁ ସମର୍ଥନ ପ୍ରତ୍ୟାହାର କରିଥିଲେ | ଫଳରେ କଂଗ୍ରେସ ସରକାରଙ୍କ ପତନ ଘଟିଥିଲା ଏବଂ କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ | ତେଣୁ କୁହାଯାଇପାରେ କଂଗ୍ରେସ ଓ ଜେଡିଏସ ମଧ୍ୟରେ ଲବ ଏଣ୍ଡ ହେଟ ରିଲେସନର ପୁରୁଣା ଇତିହାସ ରହିଛି | ଏଥର ମଧ୍ୟ କଂଗ୍ରେସ ଜେଡିଏସ ମେଣ୍ଟ ହିଁ କର୍ଣ୍ଣାଟକରେ ସରକାର ଗଠନ କରିଛନ୍ତି | ତେବେ ସରକାରର ସ୍ଥାୟୀତ୍ୱ ନେଇ ସମସ୍ତଙ୍କ ମନରେ ସ୍ୱାଭାବିକ ଆକାଂକ୍ଷା ରହିଛି |
୧୬ ଡିସେମ୍ବର ୧୯୫୯ ମସିହାରେ ରାଜନୈତିକ ପରିବାରରେ ଜନ୍ମିତ ଏଚ.ଡି.କୁମାରସ୍ବାମୀ ଏବେ ୫୮ ବର୍ଷ ବୟସ୍କ | ପିତା ଏଚ.ଡି.ଦେବେଗୌଡ଼ା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ | କର୍ଣ୍ଣାଟକରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ପରିଗଣିତ ଭୋକାଳୀଗା ସମ୍ପ୍ରଦାୟର ଅଟନ୍ତି କୁମାରସ୍ବାମୀ | ତତ୍କାଳୀନ ମହୀଶୂର ରାଜ୍ୟର ହରଡା ହୋଲିରେ ଜନ୍ମଗ୍ରହଣ କରିଥିଲେ କୁମାରସ୍ବାମୀ | ତାଙ୍କ ଘର ନାଁ ହେଲା କୁମାରାନ୍ନା |
୧୯୯୬ ମସିହାରେ ରାଜନୀତିକୁ ପ୍ରବେଶ କରିବା ପୂର୍ବରୁ କୁମାରାନ୍ନା ଫିଲ୍ମ ପ୍ରଯୋଜକ ଭାବେ ବେଶ ସଫଳ ହୋଇଥିଲେ | ବହୁ କନ୍ନଡ ଫିଲ୍ମର ସେ ପ୍ରଯୋଜନା କରିଛନ୍ତି | ତାଙ୍କ ପ୍ରଯୋଜିତ ଫିଲ୍ମ ଗୁଡିକ ମଧ୍ୟରୁ ଚନ୍ଦ୍ରଚକୋରି ସବୁଠୁ ବଡ ହିଟ ଫିଲ୍ମ ଥିଲା | ପ୍ରେକ୍ଷାଳୟରେ ଏକକାଳୀନ ୩୬୫ ଦିନ ପ୍ରଦର୍ଶିତ ହୋଇ ରେକର୍ଡ ସୃଷ୍ଟୁଇ କରିଥିଲା |
୧୯୯୬ ମସିହା ସାଧାରଣ ନିର୍ବାଚନରେ କର୍ଣ୍ଣାଟକର ରାମନଗଡ଼ ଜିଲ୍ଲାରେ ଥିବା କନକପୁରା ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ରାଜନୀତି ଜୀବନ ଆରମ୍ଭ କରିଥିଲେ | ଏହି ନିର୍ବାଚନରେ ସେ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ | ତେବେ ୧୯୯୮ ଓ ୧୯୯୯ ମସିହାରେ ଏହି ନିର୍ବାଚନ ମଣ୍ଡଳୀରୁ କୁମାରସ୍ବାମୀ ଶୋଚନୀୟ ଭାବେ ପରାଜୟ ବାରଣ କରିଥିଲେ | ତେବେ ୨୦୦୪ ମସିହାରେ ରାମନଗଡ଼ ବିଧାନସଭା ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ | ତା’ ପରଠୁ ୨୦୦୯,୨୦୧୪ ବିଧାନସଭା ନିର୍ବାଚନରେ ସେ ଏହି ଆସନରୁ ଲଗାତାର ବିଜୟୀ ହୋଇଥିଲେ | ନିକଟରେ ସରିଥିବା ନିର୍ବାଚନରେ ସେ ୨ଟି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି | ୨୦୧୩ ମସିହାରେ ସେ କର୍ଣ୍ଣାଟକ ବିଧାନସଭାରେ ବିରୋଧୀଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ | ତାଙ୍କ ରାଜନୈତିକ ଜୀବନର ମୁଖ୍ୟ ଶତ୍ରୁ ବୋଲି ବିଜେପି ନେତା ୟେଦୁରପ୍ପାଙ୍କୁ ବିଚାର କରନ୍ତି |
ମୁଖ୍ୟତଃ ଦୁଇଟି ପ୍ରସଙ୍ଗରେ କୁମାରସ୍ବାମୀ ବିବାଦୀୟ ହୋଇପଡିଥିଲେ | ପ୍ରଥମତଃ କର୍ଣ୍ଣାଟକରେ ଖଣି ଦୁର୍ନୀତିରେ ସେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ନିଜ ପାରିବାରିକ ଜୀବନକୁ ନେଇ ମଧ୍ୟ ସେ ବିବାଦୀୟ ଥିଲେ | କୁମାରସ୍ବାମୀ ୧୯୮୬ ମସିହାରେ ଅନିତାଙ୍କୁ ବିବାହ କରିଥିଲେ ମଧ୍ୟ ୨୦୦୬ ମସିହାରେ ଫିଲ୍ମ ତାରକା ରାଧିକାଙ୍କୁ ବିବାହ କରିଥିଲେ | ହିନ୍ଦୁ ବିବାହ ଆଇନ ୧୯୫୫କୁ ଉଲଂଘନ କରି ପ୍ରଥମ ପତ୍ନୀକୁ ଛାଡପତ୍ର ନଦେଇ ଦେ ଦ୍ୱିତୀୟ ବିବାହ କରିଛନ୍ତି |
ଏହାବ୍ୟତୀତ ୨୦୦୬ ମସିହାରେ ତତ୍କାଳୀନ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାପରେ ସେ ବିଜେପି ସହ ମେଣ୍ଟ ଓ ମହାୟତାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ | ବିଜେପି ସହିତ କୌଣସି ବୁଝାମଣା ନକରିବା ପାଇଁ ପିତା ଏଚ.ଡି.ଦେବେଗୌଡ଼ାଙ୍କ କଥାକୁ ସେ ରଖିନଥିଲେ | ଫଳରେ ପିତା ପୁତ୍ରଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା | ଚଳିତ ନିର୍ବାଚନ ପୂର୍ବରୁ ମଧ୍ୟ ଦେବେଗୌଡ଼ା ଆଶଙ୍କା କରୁଥିଲେ ଯେ, କୁମାରସ୍ବାମୀ ହୁଏତ ବିଜେପି ସହିତ ମେଣ୍ଟ କରିପାରନ୍ତି | ତେଣୁ ଦେବେଗୌଡ଼ା କହିଥିଲେ ଯେ,କୁମାରାନ୍ନା ଯଦି ବିଜେପି ସହିତ କୌଣସି ବୁଝାମଣା କରନ୍ତି ତାହେଲେ ସେ କୁମାରାନ୍ନାଙ୍କୁ ତେଜ୍ୟପୁତ୍ର କରିବେ |
ନିର୍ବାଚନ ପୂର୍ବରୁ ଜେଡିଏସ ବା କୁମାରସ୍ବାମୀ ଏଥର କିଙ୍ଗ ମେକର ହେବେ ବୋଲି ବିଭିନ୍ନ ରାଜନୈତିକ ସମୀକ୍ଷକ ଆକଳନ କରୁଥିଲେ |ହେଲେ କୁମାରସ୍ବାମୀ କିନ୍ତୁ କହୁଥିଲେ ଯେ, କିଙ୍ଗ ମେକର ନୁହେଁ ସେ କିଙ୍ଗ ହେବେ ଏବଂ ତାହା ସତ ହେଲା ଓ ସେ କର୍ଣ୍ଣାଟକର ଅଷ୍ଟାଦଶ ମୁଖ୍ୟମନ୍ତ୍ରୀ ହେଲେ |
କୁମାରସ୍ବାମୀ ତାଙ୍କ ପ୍ରଥମ ପତ୍ନୀ ଅନିତାଙ୍କ ବିରୋଧରେ ଆଉ ଏକ ବଡ ଦୁର୍ନୀତି ଅଭିଯୋଗ ରହିଛି | ନିର୍ଦ୍ଧିଷ୍ଟ ବିଲଡରଙ୍କୁ ନିଜ ପଦର ଅପବ୍ୟବହାର କରି ୮୦ ଏକର ମୂଲ୍ୟବାନ ଜମି ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲେ |

Leave a Reply

   Related Posts