ଦୀପିକା ପାଦୁକୋଣଙ୍କ ପାଇଁ ଗୀତ ଗାଇବାକୁ ଚାହଁନ୍ତି ଏହି ବଲିଉଡ ଗାୟକଙ୍କ ଝିଅ

Published By : Prameya-News7 Bureau | January 18, 2020 IST

ମୁମ୍ବାଇ ୧୮/୧: ବଲିଉଡର ପ୍ରଖ୍ୟାତ ପାର୍ଶ୍ବଗାୟକ କୁମାର ସାନୁ ନବେ ଦଶକରେ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି। କୁମାର ସାନୁ ଅନେକ ନାମୀଦାମୀ ଅଭିନେତାଙ୍କ ପାଇଁ ଗୀତ ଗାଇଛନ୍ତି ଯେଉଁଥିରେ ମେଗାଷ୍ଟାର ଅମିତାଭ ବଚ୍ଚନଠୁ ଆରମ୍ଭ କରି ବଲିଉଡର କିଙ୍ଗ୍ ଖାନ୍ ଏବଂ ଅକ୍ଷୟ କୁମାର,ଅଜୟ ଦେବଗନ,ସଞ୍ଜୟ ଦତ୍ତ,ଅନିଲ କପୁର ଏବଂ ଗୋବିନ୍ଦା ଭଳି ଷ୍ଟାର ସାମିଲ ଅଛନ୍ତି।

{"id":212987,"sizeSlug":"large"}

ଏବେ କୁମାର ସାନୁଙ୍କ ଝିଅ ସାନୋନ କେ ଏକ ଗାୟିକା ଭାବେ ନିଜର ପରିଚୟ ସୃଷ୍ଟି କରିବାରେ ଲାଗି ପଡ଼ିଛନ୍ତି। ସେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ପାଇଁ ଗୀତ ଗାଇବାକୁ ଚାହଁନ୍ତି।

{"id":212988,"sizeSlug":"large"}

ସାନୋନ କହିଛନ୍ତି,‘ ସେ ଜଣେ ଅଭିନେତ୍ରୀଙ୍କ ସ୍ବର ହେବାକୁ ପସନ୍ଦ କରିବେ, ଖାସ୍ କରି ଦୀପିକା ପାଦୁକୋଣ ,ସେ ତାଙ୍କର ପ୍ରିୟ ଅଭିନେତ୍ରୀ’। ଲସ୍ ଏଞ୍ଜେଲସରେ ରହୁଥିବା ସାନୋନ ନିଜ ସଙ୍ଗୀତର କ୍ୟାରିୟର ଇଂରାଜୀ ଗୀତରୁ କରିଥିଲେ। ସେ କହିଛନ୍ତି,‘ ସେ ଭାରତରେ ଜନ୍ମ ହୋଇଛନ୍ତି,କିନ୍ତୁ ଇଂରାଜୀ ତାଙ୍କର ପ୍ରଥମ ଭାଷା ଏବଂ ଏଥିପାଇଁ ସେ ଇଂରାଜୀରେ ଗୀତ ଗାଇବା ଆରମ୍ଭ କରିଥିଲେ । ହିନ୍ଦୀରେ ଗୀତ ଗାଇବା ପାଇଁ ତାଙ୍କ ବାପା ତାଙ୍କୁ ଅଳ୍ପ ଟିକେ ଉର୍ଦୁ ଶିଖିବାକୁ କହିଛନ୍ତି। ଯାହା ଫଳରେ ସେ ଶବ୍ଦର ଉଚ୍ଚାରଣ ଭଲ ଭାବେ କରି ପାରିବେ। ନହେଲେ ତାଙ୍କ ଭାରତୀୟ ଶ୍ରୋତାଙ୍କୁ ତାଙ୍କ ହିନ୍ଦୀ ଭାଷା ବୁଝିବାକୁ କଷ୍ଟ ହେବ।’

{"id":212989,"sizeSlug":"large"}

ସାନୋନ ସୋନୁ ନିଗମ୍ ଭଳି ଭାରତୀୟ ଷ୍ଟାରଙ୍କ ସହ ଅଣ -ଫିଲ୍ମ ଗୀତ ରେକର୍ଡ଼ କରିଛନ୍ତି। ଏହା ସହିତ ହିମେଶ ରେଶମିୟାଁଙ୍କ ଆଗାମୀ ଫିଲ୍ମ ‘ହାପି ହାର୍ଡ଼ି ଆଣ୍ଡ ହୀର’ ପାଇଁ ମଧ୍ୟ ସେ ରେକର୍ଡ଼ିଙ୍ଗ୍ କରିଛନ୍ତି।

{"id":212990,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.