ସାଂସଦ କଙ୍ଗନା ରାଣାଓ୍ବତଙ୍କୁ ଚାପୁଡ଼ା ମାରିବା ଘଟଣା; କ୍ଷମା ପ୍ରାର୍ଥନା କଲେ କୁଲବିନ୍ଦର କୌର- ଡିଆଇଜି

Published By : Prameya-News7 Bureau | June 10, 2024 IST

ନୂଆଦିଲ୍ଲୀ: ଚଣ୍ଡିଗଡ଼ ଏୟାରପୋର୍ଟରେ  ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାଓ୍ବତଙ୍କୁ ସିଆଇଏସଏଫ ମହିଳା କର୍ମୀ ଚାପୁଡ଼ା ମାରିଛନ୍ତି । ଏହି ଅଭାବନୀୟ ଘଟଣାରେ ଅଭିଯୁକ୍ତ କୁଲବିନ୍ଦର କୌରଙ୍କୁ ପୋଲିସ ଅଟକ ରଖିଛି । ଏପଟେ ସିଆଇଏସଏଫ ଶୀର୍ଷ ଅଧିକାରୀ ବିନୟ କାଜଲା ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କଙ୍ଗନାଙ୍କୁ ଚାପୁଡ଼ା ମାରିବା ପରେ ଅନୁତପ୍ତ ଅଛନ୍ତି କୁଲିକନ୍ଦର । ସେ କ୍ଷମ ପ୍ରାର୍ଥନା ମଧ୍ୟ କରିଛନ୍ତି । ଏହା ପୂର୍ବରୁ ସିଆଇଏସଏଫ ଡିଆଇଜି ନର୍ଥ (ଏୟାରପୋର୍ଟ) ବିନୟ କାଜଲା ଚଣ୍ଡିଗଡ଼ ବିମାନବନ୍ଦର ପହଞ୍ଚି ଘଟଣାର ପୂରା ଯାଞ୍ଚ କରିଥିଲେ । ଏହା ସହିତ ଏୟାରପୋର୍ଟ ସୁରକ୍ଷା ସମୀକ୍ଷା କରିଥିଲେ । ଅନ୍ୟପଟେ ଏହି ଘଟଣାରେ ମୋହାଲି ପୋଲିସ ଅଭିଯୁକ୍ତ କୁଲବିନ୍ଦର କୌରଙ୍କ ବିରୋଧରେ ଧାରା ୩୨୩ ଏବଂ ୩୪୨ରେ ମାମଲା ରୁଜୁ କରାଯାଇଛି । 

ବିନୟ କାଜଲା ଜାତୀୟ ଗଣମାଧ୍ୟମ ଟ୍ରିବ୍ୟୁନକୁ ସାକ୍ଷାତକାର ଦେଇ କହିଛନ୍ତି, ସାଂସଦ କଙ୍ଗନା ରଣାଓ୍ବାତଙ୍କୁ ମାଡ଼ ମାରିବା ଘଟଣାର ଯାଞ୍ଚ ଆରମ୍ଭ ହୋଇଛି । ଅଭିଯୁକ୍ତ ନିଜ ଭୁଲକୁ ବୁଝି ପାରି କ୍ଷମା ପ୍ରାର୍ଥନା କରିଛନ୍ତି । ଏହାଛଡ଼ା ସେ ନିଜେ ଦିଲ୍ଲୀରେ କଙ୍ଗନାଙ୍କ ସହ ସାକ୍ଷତ କରି ସିଆଇଏସଏଫ ତରଫରୁ କ୍ଷମା ପ୍ରାର୍ଥନା କରିଥିବା କହିଛନ୍ତି । ଡିଆଇଜି ଆହୁରି ମଧ୍ୟ କହିଛନ୍ତି, କୁଲବିନ୍ଦରଙ୍କ ସ୍ବାମୀରେ ସିଆଇଏସଏଫରେ ଚାକିରି କରୁଛନ୍ତି, ସେ ଡଗ୍ ସ୍କ୍ବାଡରେ ନିଯୁକ୍ତ ଅଛନ୍ତି । ସେହିପରି କୁଲବିନ୍ଦର ଫ୍ରିକ୍ସିଂ ଜୋନ ମୁତୟନ ଥିଲେ, ତାଙ୍କୁ ଏବେ ଅନ୍ୟ ଏକ ସ୍ଥାନକୁ ଟ୍ରାନ୍ସଫର କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.