scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୁଲତା ସମାଜର ଧର୍ମଶାଳା ପାଇଁ ୩ କୋଟି, ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ 

30/11/2022 at 1:35 PM

Naveen Patnaik

ଭୁବନେଶ୍ୱର ୩୦।୧୧ :  କୁଲତା ସମାଜର ଧର୍ମଶାଳା ପାଇଁ ୩ କୋଟି ଟଙ୍କାର ମଞ୍ଜୁର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ଏହାସହିତ ୧ ଏକର ଜାଗାର ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ।

କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି ଜମି ଦିଆଯିବ। ଏହା ସହିତ ପ୍ରସ୍ତାବିତ ଧର୍ମଶାଳା ପାଇଁ ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ମଧ୍ୟ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ପ୍ରତିବର୍ଷ କୁଲତା ସମାଜର ଲକ୍ଷାଧିକ ଲୋକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥାନ୍ତି । ସେମାନଙ୍କ ରହଣୀ ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ନିମନ୍ତେ ଏକ ଧର୍ମଶାଳା ପ୍ରତିଷ୍ଠା ପାଇଁ ଜମି ଦେବାକୁ କୁଲତା ସମାଜର ପ୍ରତିନିଧି ଦଳ ଗତ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ୱାରା କୁଲତା ସମାଜର ଜନସାଧାରଣ ପୁରୀରେ ରହିବା ସହିତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମଧ୍ୟ କରିପାରିବେ ।

   Related Posts