ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ଦେବସର ଅଞ୍ଚଳର ଆଦିଗାମ ଗାଁରେ ୨ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଶନିବାର ଭୋରରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଜମ୍ମୁ-କଶ୍ମୀର ପୋଲିସ୍ ଏବଂ ସିଆରପିଏଫ ମିଳିତ ଭାବେ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଭାରତୀୟ ସେନାକୁ ଦେଖି ଆତଙ୍କବାଦୀମାନେ ହଠାତ୍ ଗୁଳିମାଡ଼ କରିଥିଲେ । ଏହି ଫାୟାରିଂରେ ଜଣେ ୩ ଯବାନ ଓ ଜଣେ ପୋଲିସ୍ ଅଧିକାରୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜଣେ ସୁରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ, ଆଦିଗାମ ଗାଁରେ ୨ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି । ଏହା ପୂର୍ବରୁ ଜମ୍ମୁ-କାଶ୍ମୀର ପୋଲିସ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲା । ଏବେବି ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଉଭୟ ପକ୍ଷରୁ କୌଣସି ମୃତାହତ ଖବର ମିଳିନାହିଁ ।..