oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଖୋଲିଲା କୁଲଡିହା ଅଭୟାରଣ୍ୟ, ପ୍ରକୃତିକୁ ଉପଭୋଗ କରିପାରିବେ ପର୍ଯ୍ୟଟକ

1/11/2021 at 8:51 AM

ନୀଳଗିରି, ୦୧/୧୧: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ସୋମବାରଠୁ ଖୋଲିଛି କୂଳଡିହା ଅଭୟାରଣ୍ୟ। କୋଭିଡ କଟକଣା ପାଇଁ ଗତବର୍ଷ କୁଳଡିହା ଖୋଲି ପାରିନଥିବା ବେଳେ ଚଳିତ ବର୍ଷ କଟକଣା କୋହଳ ପାଇଁ ଅଭୟାରଣ୍ୟ ଖୋଲିଛି । ଯଦ୍ୱାରା ପର୍ଯ୍ୟଟକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କୁଲଡିହା ଅଭୟାରଣ୍ୟ। ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଲଡିହା  ଅଭୟାରଣ୍ୟରେ ରହିଛି ଝରଣା ସମେତ ଆହୁରି ଅନେକ ସୌନ୍ଦର୍ଯ୍ୟ। ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ସମେତ ଦେଶୀ ଓ ବିଦେଶୀ ପ୍ରଜାତିର ପକ୍ଷୀ ମଧ୍ୟ ଦେଖିବାକୁ ମିଳିଥାଏ। ହାତୀ,ହରିଣ, ସମ୍ବର,ଗୟଳ, ଝିଙ୍କ,ଭାଲୁ ,ବେଲୋରା ମୂଷା, ମାଙ୍କଡ଼,ଠେକୁଆ,ବାରହା ସମେତ ବହୁ ପ୍ରଜାତିର ଜୀବଜନ୍ତୁ ଦେଖିବାର ମଜା ଉଠାଇଥାନ୍ତି ପର୍ଯ୍ୟଟକ।

ସେହିପରି ଗୋହିରାଭୋଳ ଠାରେ ଥିବା ନେଚର୍ସ କ୍ୟାମ୍ପରେ ଥିବା ତମ୍ବୁ ଘରେ ପର୍ଯ୍ୟଟକମାନଙ୍କ ପାଇଁ ରାତ୍ରି ରହଣୀର ବ୍ୟବସ୍ଥା କରାଯାଇଛି ।  ଖାଲି ସେତିକ ନୁହେଁ ପର୍ଯ୍ୟଟକ ଝରଣାକୁ ହାତୀ ପାଣି ପିଇବାକୁ ଆସିବା ଓ ଜଳ କ୍ରୀଡା କରିବାର ନିଆରା ମଜା ଉଠାଇଥାନ୍ତି।  ଋଷିଆ ନିକଟ ଝରଣା ଓ ଡ୍ୟାମରେ ବୋଟିଂର ମଜା ପର୍ଯ୍ୟଟକ ନେଇଥାନ୍ତି ।  

ଦିନ ୧୦ ରେ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଡିଏଫଓ ଏସିଏଫ, ରେଞ୍ଜର ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଟୁରିଷ୍ଟ ଗାଇଡ଼ ମନୋରଞ୍ଜନ ଦାସ ମଧ୍ୟ ପର୍ଯ୍ୟଟକଙ୍କୁ ନେଇ ଅଭୟାରଣ୍ୟ ବୁଲାଇ ନେବାପାଇଁ ତୟାର ହୋଇଥିବା ଦେଖାଯାଇଛି।

   Related Posts