ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ସ୍ପିନର କୁଲଦୀପ୍, ମିଳିଲା ସ୍ଵତନ୍ତ୍ର ଉପହାର

Published By : Prameya-News7 Bureau | July 09, 2024 IST

ନୂଆଦିଲ୍ଲୀ ୦୯।୭: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ୍‌  ଭାରତୀୟ ଦଳର ପ୍ରମୁଖ ସ୍ପିନର କୁଲଦୀପ ଯାଦବ ଆଜି  ଲକ୍ଷେ୍ନøରେ ପହଞ୍ଚି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ  ଆଦିତ୍ୟନାଥଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ବିଶ୍ୱକପ୍‌ ଟାଇଟଲ ସଫଳତା  ପାଇଁ କୁଲଦୀପଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ  କରିଥିଲେ । 


ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ୍‌ ମିଡିଆ  ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଉଭୟଙ୍କର ଏକ ଫଟୋ ଛାଡ଼ିଛନ୍ତି । କୁଲଦୀପ ଯାଦବଙ୍କୁ ସିଏମ୍ ଏକ ବିଶେଷ ଉପହାର ଦେଇଥିଲେ। ଯେଉଁଥିରେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ମିତ ଏକ ସ୍ୱତନ୍ତ୍ର ରୂପା ମୁଦ୍ରା ଥିଲା ।  ଶ୍ରୀ ଯୋଗୀ ଲେଖିଛନ୍ତି, ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବିଜେତା  ଭାରତୀୟ ଦଳର ସଦସ୍ୟ କୁଲଦୀପଙ୍କୁ ଆଜି ଲକ୍ଷ୍ନୌରେ  ଥିବା ସରକାରୀ ବାସଭବନରେ ଭେଟିଲି । ବିଶ୍ୱକପ୍‌ରେ କୁଲଦୀପ ପ୍ରାରମ୍ଭିକ ରାଉଣ୍ଡ୍‌ରେ ଖେଳିବାକୁ ସୁଯୋଗ  ପାଇନଥିଲେ । ମାତ୍ର ସୁପର-୮ରେ ସୁଯୋଗ ପାଇବା  ମାତ୍ରେ ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।  

ୱେଷ୍ଟଇଣ୍ଡିଜ୍‌ରୁ  ଫେରିବା ପରେ   ଭାରତୀୟ  ଦଳ ପ୍ରଥମେ  ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦିଙ୍କୁ  ଭେଟିଥିଲେ ।  ଏହି ଅବସରରେ   ଶ୍ରୀ ମୋଦି ମଧ୍ୟ  କୁଲଦୀପଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ,  କୁଲଦୀପ ୟୁପି ପକ୍ଷରୁ ଘରୋଇ କ୍ରିକେଟ୍‌ ଖେଳୁଛନ୍ତି ।  ଅନ୍ୟ ପଟରେ ୟୁପିର ଯଶସ୍ୱୀ ଜୈସ୍ୱାଲ, ସୂର୍ଯ୍ୟକୁମାର   ଯାଦବ ଏବଂ ଶିବମ ଦୁବେ ମୁମ୍ବାଇରୁ ପ୍ରତିନିଧିତ୍ୱ କରୁଛନ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.