ଉନ୍ନାଓ ଦୁଷ୍କର୍ମ ମାମଲା: କୁଲଦୀପକୁ ୧୦ ବର୍ଷ ଜେଲ୍‌ଦଣ୍ଡ

Published By : Prameya-News7 Bureau | March 13, 2020 IST

ଲକ୍ଷ୍ନୌ୧୩।୩: ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ବାପାଙ୍କ ହତ୍ୟା ମାମଲାରେ ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସେନଗରଙ୍କ ସହିତ ୭ ଜଣ ଦୋଷୀଙ୍କୁ ୧୦ ବର୍ଷର ଜେଲଦଣ୍ଡ ମିଳିଲା। ଦିଲ୍ଲୀର ତିସହଜାରୀ କୋର୍ଟ ଏହି ମାମଲାର ଶୁଣାଣି କରିଥିବା ବେଳେ ଦୋଷୀଙ୍କ ଉପରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି। କୋର୍ଟ ଜରିମନା ଅର୍ଥକୁ ପୀଡିତାଙ୍କୁ ଦେବାକୁ ନିର୍ଦେଶ ଦେଇଛନ୍ତି।  ଦଣ୍ଡ ପାଇଥିବା ଦୋଷୀଙ୍କ ଭିତରେ ଉତ୍ତର ପ୍ରଦେଶ ପୋଲିସର ଦୁଇ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ଗତକାଲି କୁଲଦୀପ କହିଥିଲା ଯେ, ହତ୍ୟାରେ ତାର କିଛି ସଂପୃକ୍ତି ନାହିଁ। ଯଦି ସେ ଦୋଷୀ ତାର ଆଖିରେ ଏସିଡ୍ ଢ଼ାଳି ମାରି ଦିଅ। ତାଙ୍କୁ ୧୦ ବର୍ଷା ଜେଲ୍‌ଦଣ୍ଡ ଦିଅ ନାହିଁ ବୋଲି କୁଲଦୀପ କହିଥିଲା।

ସିବିଆଇ ଏହି ମାମଲାରେ ଦୋଷୀଙ୍କୁ ଅଧିକ ଦିନର ସଜା ଦେବାର ଦାବି କରିଥିଲେ। ଏହାଦ୍ବାରା ପ୍ରଥମେ ଉନ୍ନାଓ ଦୁଷ୍କର୍ମ ମାମଲାରେ ସ୍ବତନ୍ତ୍ର କୋର୍ଟ ବିଜେପିରୁ ନିଷ୍କାଷିତ ପୂର୍ବତନ ବିଧାକୟ କୁଲଦୀପ ସିଂ ସେନଗରଙ୍କୁ ଆଜିବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ଦ୍ବିତୀୟ ଏଫଆଇଆର ଥିଲା, ଯେଉଁଥିରେ କୋର୍ଟ ଆଜି  ସଜା ଶୁଣାଇଛନ୍ତି।ଉଲ୍ଲେଖନୀୟ ଯେ, ପୀଡିତାଙ୍କ ବାପା ନିଜର ଜଣେ ସାଙ୍ଗ ସହିତ ଗାଁକୁ ଫେରୁଥିଲେ। ଏହି ସମୟରେ ଶଶି ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ତାଙ୍କୁ ଲିଫ୍ଟ ମାଗିଥିଲେ, କିନ୍ତୁ ସେ ମନା କରିଦେଇଥିଲେ। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ସିଂ ନିଜର ସାଥୀଙ୍କୁ ଡାକାଇଥିଲେ, ଯେଉଁଥିରେ ସେନଗରଙ୍କ ଭାଇ ଅତୁଲ ମଧ୍ୟ ଥିଲେ।

ଏହି ଲୋକମାନେ ପୀଡିତାଙ୍କ ବାପାଙ୍କୁ ଖୁବ୍ ମାଡ ମାରିଥିଲେ। ଏହାପରେ ଗୁରୁବାର ଆହତ ହେବାପରେ ତାଙ୍କୁ ହସ୍ପିଟାଲ ନେବା ବଦଳରେ ପୋଲିସ ଷ୍ଟେସନ୍ ନେଇି ଯାଇଥିଲେ ଓ ୨ ଦିନ ପରେ ପୋଲିସ କଷ୍ଟଡିରେ ତାଙ୍କର ମୃତ୍ୟୁ ହୋଇଥିଲା। ପୀଡିତାଙ୍କ ବାପାଙ୍କର ମୃତ୍ୟୁ ୯ ଅପ୍ରେଲ ୨୦୧୮ରେ ପୋଲିସ କଷ୍ଟଡିରେ ହୋଇଥିଲା।

ଏବେ କାର ଆକ୍ସିଡେଣ୍ଟରେ ପୀଡିତାଙ୍କ ପରିବାର ଲୋକଙ୍କର ମୃତ୍ୟୁ ସମ୍ପର୍କିତ ଦୁଇଟି ଏଫଆଇଆର ଉପରେ କୋର୍ଟଙ୍କ ରାୟ ଆସିବା ବାକି ରହିଛି। ଏହା ପୂର୍ବରୁ ଦୁଷ୍କର୍ମ ଅଭିଯୋଗରେ ତିସ ହଜାରୀ କୋର୍ଟ କୁଲଦୀପ ସେନଗରଙ୍କୁ ଦୋଷୀ ମାନିଥିଲା ଓ ୨୦ ଡିସେମ୍ବର ୨୦୧୯ରେ ଦଣ୍ଡାଦେଶ ଘୋଷଣା କରି ସେନଗରଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ। ଏହା ସହିତ ସେନଗରଙ୍କ ଉପରେ ୨୫ ଲକ୍ଷ ଟଙ୍କା ଜରିମନା ଲଗାଇଥିଲେ। ବିନା ଦୋଷରେ ଗିରଫ କରାଯାଇ ଜେଲରେ ରଖି ତାଙ୍କୁ ହତ୍ୟା କରାଯାଇଥିଲା।

ଏହି ମାମଲାରେ କୁଲଦୀପ ସେନଗର, ତତ୍କାଳୀନ ମାଖି ଥାନର ସବ ଇନ୍ସପେକ୍ଟର କାମତା ପ୍ରସାଦ, ତତ୍କାଳୀନ ମାଖି ଥାନାର SHO ଅଶୋକ ପ୍ରସାଦ ସିଂ ଭଦୋରିୟା, ଭିନିତ ମିଶ୍ର ଓରଫ୍ ବିନୟ ମିଶ୍ର, ବିରେନ୍ଦ୍ର ସିଂ ଓରଫ୍ ବଉଭା ସିଂ, ଶଶି ପ୍ରତାପ ସିଂ ଓରଫ ସୁମନ ସିଂ ଓ ଜୟଦ୍ବୀପ ସିଂ ଓରଫ୍ ଅତୁଲ ସିଂ। ଏହି ସମସ୍ତଙ୍କୁ ୧୦ ବର୍ଷର ଜେଲଦଣ୍ଡ ଓ ୧୦ ଲକ୍ଷ ଟଙ୍କା ଲେଖାଏଁର ଜରିମାନା ଲଗାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.