oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାକି ଜୀବନ ଜେଲ୍‌ରେ କଟାଇବେ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ବିଧାୟକ

20/12/2019 at 11:02 PM

ନୂଆଦିଲ୍ଲୀ ୨୦।୧୨ – ବାକି ଜୀବନ ଜେଲ୍ ରେ କଟାଇବେ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ବିଜେପି ବିଧାୟକ କୁଲଦୀପ ସେଙ୍ଗର୍ । ଦିଲ୍ଲୀର ତିସ୍ ହଜାରୀ କୋର୍ଟ ଆଜି କୁଲଦୀପ୍ ସେଙ୍ଗରଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ସହ ୨୫ ଲକ୍ଷ ଟଙ୍କାର ଜୋରିମାନା କରିଛନ୍ତି ।

 ଜୋରିମାନା ଟଙ୍କା ମାସେ ଭିତରେ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୀଡ଼ିତାଙ୍କ ମାଆଙ୍କୁ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଦିଆଯିବ । ଏହାସହ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପିରୁ ବହିଷ୍କୃତ ହୋଇଥିବା କୁଲଦୀପ ସେଙ୍ଗର ଚାକିରି ଦେବା ନାଁରେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା ।

 ସି.ବି.ଆଇ.କୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଥିଲା । ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ସେଙ୍ଗର ଗତ ୧୬ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

   Related Posts