ଉନ୍ନାଓ ଗଣବଳତ୍କାର ଓ ହତ୍ୟା ଘଟଣାରେ ଦୋଷୀ କୁଲଦୀପ ସେନଗାରକୁ ମିଳିଲା ଅନ୍ତରୀଣ ଜାମିନ୍

Published By : Prameya-News7 Bureau | January 16, 2023 IST

ଲକ୍ଷ୍ନୌ: ୨୦୧୭ ଉନ୍ନାଓ ଗଣବଳତ୍କାର ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ପୂର୍ବତନ ବିଜେପି ନେତା କୁଲଦୀପ ସେନଗାରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ କୋର୍ଟ। ଝିଅ ବାହାଘରରେ ଯୋଗ ଦେବାକୁ ସେନାଗର ହାଇକୋର୍ଟରେ ବେଲ୍ ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି କରି ଜଷ୍ଟିସ ମୁକ୍ତା ଗୁପ୍ତା ଏବଂ ପୁନମ ଏ ମାମ୍ବାଙ୍କ ଖଣ୍ଡପୀଠ ସେନାଗାରଙ୍କୁ ଜାନୁଆରୀ ୨୭ ଠାରୁ ଫେବ୍ରୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ବେଲ୍ ଦେଇଛନ୍ତି। ଦୈନିକ ଷ୍ଟେସନ ହାଉସ୍ ଅଫିସରଙ୍କୁ ଦେଖା କରବା ସହ ଦୁଇଟି ୧ ଲକ୍ଷ ଟଙ୍କାର ବ୍ୟାକ୍ତଗତ ମୁଚାଲିକା ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଝିଅ ବାହାଘର ପାଇଁ କୁଲଦୀପ ନିଜ ଓକିଲ ମାଧ୍ୟରେ କୋର୍ଟକଙ୍କୁ ଅବଗତ କରାଇଥିଲେ। ଝିଅ ବିବାହ ଉତ୍ସବ ଗୋରଖପୁର ଓ ଲକ୍ଷ୍ନୌରେ ହେବ।   ଯେହେତୁ ସେ ତାଙ୍କ ପରିବାରର କେବଳ ଜଣେ ମାତ୍ର ପରୁଷ ଲୋକ, ତେଣୁ ତାଙ୍କୁ ହିଁ ସବୁ ଆୟୋଜନ କରିବାକୁ ପଡ଼ିବ। ପେବ୍ରୁଆରୀ ୮ ତାରିଖରେ ଝିଅ ବାହାଘର ହେବ ବୋଲି ସେନାଗାର କୋର୍ଙ୍କୁ ଅବଗତ କରାଇଥିଲେ। ଏହାପରେ କୋର୍ଟର ଆବେଦର ଶୁଣାଣି କରି ତାଙ୍କୁ ୧୫ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

ସୂଚନା ଥାଉକି ୨୦୧୭ ଉନ୍ନାଓ ନାବାଳିକା ଗଣବଳତ୍କାର ଓ ହତ୍ୟାଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ସେନାଗର ଆଜୀବନ ସଜା କାଟୁଛନ୍ତି। ନାବାଳିକା ଦୁଷ୍କର୍ମ ଓ ଧମକ ଦେବା ମାମଲାରେ ୧୦୧୯ରେ କୋର୍ଟ ତାଙ୍କୁ ସଜା ଶୁଣାଇଛନ୍ତି। ଆଇପିସି ଧାରା ୩୭୬, ୫(ସି) ଏବଂ ପୋକ୍ସୋ ଆକ୍ଟ ୬ରେ ଅନୁସାରେ ତାଙ୍କ ଦୋଷୀ ସାବ୍ୟସ୍ତ କରାଯାଇଛି।

ସେନାଗାରଙ୍କ ସମେତ ଦୁଇ ପୁଲିସ କର୍ମୀ ଏବଂ ଅନ୍ୟ ୪ ଜଣଙ୍କୁ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଆବେଦନକାରୀଙ୍କ ବାପଙ୍କ ହତ୍ୟା କରିବା ମାମମାଲରେ ଏମାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.