ଉନ୍ନାଓ ଦୁଷ୍କର୍ମ ମାମଲା-କୁଲଦୀପ ସେନ୍ଗାରଙ୍କ ବିଧାୟକ ପଦ ରଦ୍ଦ
25/02/2020 at 4:23 PM

ଲକ୍ଷ୍ମୌ ୨୫।୦୨ – ଉନ୍ନାଓ ଦୁଷ୍କର୍ମ ମାମଲାର ଅଭିଯୁକ୍ତ କୁଲଦୀପ୍ ସିଂ ସେନ୍ଗାରଙ୍କ ବିଧାୟକ ପଦ ରଦ୍ଦ କରାଯାଇଛି । ଗତ ବର୍ଷ ତାଙ୍କୁ ବିଜେପିରୁ ବହିଷ୍କାର କରାଯାଇଥିଲା । ଏବେ ତାଙ୍କୁ ଉତ୍ତର ପ୍ରଦେଶ ବିଧାନସବାରୁ ବହିଷ୍କାର କରାଯାଇଛି ।
ଉତ୍ତରପ୍ରଦେଶ ବିଧାନସଭା ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ତାଙ୍କ ବିଧାୟକ ପଦ ରଦ୍ଦ କରାଯାଇଥିବା ସୂଚନା ଦିଆଯାଇଛି । କୁଲଦୀପ୍ ଉତ୍ତରପ୍ରଦେଶର ବାଙ୍ଗରମାଓ ବିଧାନସବା ଆସନରୁ ନିର୍ବାଚିତ ହୋଇଥିଲେ ।
୨୦୧୯ ଡିସେମ୍ବର ୨୦ ତାରିଖରୁ ଦିଲ୍ଲୀର ଏକ ଅଦାଲତ ତାଙ୍କୁ ଆଜୀବନ କାରଦଣ୍ଡାଦେଶ ଶୁଣାଇଥିଲେ । ସେହି ଦିନଠାରୁ ତାଙ୍କ ସଦସ୍ୟ ପଦ ରଦ୍ଦ ହେବ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା ।
କୁଲଦୀପଙ୍କ ସଦସ୍ୟ ପଦ ରଦ୍ଦ ହେବାପରେ ଉନ୍ନାଓ ଜିଲ୍ଲାର ବାଙ୍ଗରମାଓ ଆସନ ଖାଲି ପଡିଛି । କୁଲଦୀପ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହି ଘଟଣା ପରେ ତାଙ୍କୁ ବିଜେପିରୁ ବହିଷ୍କାର କରାଯାଇଥିଲା । ଏହାର ପୀଡିତା ଆତ୍ମାହୂତୀ ଦେବା ପାଇଁ ଉଦ୍ୟମ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା । କୁଲଦୀପଙ୍କ ପ୍ରଭାବ ଯୋଗୁଁ ପୀଡିତାଙ୍କ ଅଭିଯୋଗକୁ ପୁଲିସ ଗ୍ରହଣ କରି ନଥିଲା । ପୀଡିତାଙ୍କ ବାପାଙ୍କୁ ପିଲିସ ଗିରଫ କରିଥିଲା । ପରେ ଲକ୍ ଅପ୍ ଭିତରେ ପରେ ମାମଲା ପ୍ରତ୍ୟାହାର ପାଇଁ କୁଲଦୀପଙ୍କ ସମ୍ପର୍କୀୟ ପୀଡିତାଙ୍କ ପିତାଙ୍କୁ ଲକ୍ ଅପ୍ ଭିତରେ ପିଟି ପିଟି ମାରି ଦେଇଥିଲେ ।
ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । କୁଲଦୀପଙ୍କ ଭାଇ ଅତୁଲ ସେନଗାରକ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି ।