କାନ୍ଦୁଛି ମାଆ, ଝୁରୁଛି ମମତା: ଦୁର୍ଘଟଣାରେ ୪ ଛୁଆଙ୍କ ମୃତ୍ୟୁ ପରେ ମୃତଦେହ ଜଗି ବସିଛି ମାଆ

Published By : Prameya-News7 Bureau | November 07, 2022 IST

ଲମତାପୁଟ ୦୭/୧୧: ମାଆ ପରି କିଏ ହେବ । ସେ ମଣିଷ ହେଉ ବା ପଶୁ । ପଶୁଟିଏ ହେଲେ ବି ତାର ପିଲାଙ୍କ ପ୍ରତି ଝରିପଡେ ମମତାର ସୁଅ । କାରଣ ମାଆ ମମତାର ନାହିଁ କଳନା । ଏମିତି ଏକ ଘଟମା ଦେଖିବାକୁ ମିଳିଛି ଲମତାପୁଟ ଅଞ୍ଚଳରେ । ଛୁଆମାନଙ୍କ ମୃତ୍ୟୁ ପରେ ମାଆଟି ନିଜ ଛୁଆଙ୍କ ମୃତଦେହକୁ ଛାଡି ନଯାଇ ସେଠାରେ ଜଗିରହିଛି । ଏଇ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଅଜଣା ଗାଡି ଧକାରେ ୪ କୁକୁର ଛୁଆଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଛୁଆମାନଙ୍କ ଅକାଳ ମୃତ୍ୟୁ ପରେ ମାଆ କୁକୁର ସେମାନଙ୍କୁ ନ ଛାଡି ସେଠାରେ ଜଗି ରହିଥିଲା । ଲମତାପୁଟ ଶିବ ମନ୍ଦିରରେ ନଜର ଆସିଥିଲା ଏମିତି ଦୃଶ୍ୟ । ଏହି ଦୃଶ୍ୟ ଦେଖିବାକୁ ଆଖାପାଖ ଭକ୍ତଙ୍କ ଭିଡ ବି ଲାଗିଥିଲା ।

ଦେଖମାହାରୀ ଏହି ଅଭାବନୀୟ ଘଟଣାକୁ ଦେଖିବା ପରେ ମନ ଦୁଃଖ କରିଥିଲେ । ଆଉ ମାଆ କୁକୁରଟି ଛୁଆମାନଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିବା ଦୃଶ୍ୟ ସମସ୍ତଙ୍କ ମନକୁ ଆଘାତ ଦେଇଥିଲା । ତେବେ ଆଶ୍ଚର୍ଯ୍ୟକର ବିଷୟ ଯେ, ମାଆ ସେଠାରେ ଜଗିରହିଥିଲା ସିନା କାହାରିକୁ ଆଘାତ ଦେଇନଥିଲା, ଓଲଟା ଆଖିରୁ ଝରାଇଥିଲା ଅଜସ୍ର ଲୁହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.