ମଣିପୁରକୁ ତିନି କେନ୍ଦ୍ର ଶାସିତ ପ୍ରଦେଶରେ ବିଭାଜନ ପାଇଁ ଦାବି, କୁକି ନେତାଙ୍କ ପରାମର୍ଶ

Published By : Prameya-News7 Bureau | July 30, 2023 IST

ନୂଆଦିଲ୍ଲୀ: ମଣିପୁରରେ ଶାନ୍ତି ସ୍ଥାପନ ପାଇଁ ରାଜ୍ୟକୁ ତିନି କେନ୍ଦ୍ର ଶାସିତ ପ୍ରଦେଶରେ ବିଭାଜନ କରାଯିବା ଦରକାର । କୁକି ନେତା ଏବଂ ବିଜେପି ବିଧାୟକ ପାଉଲେନଲାଲ ହାଓକିପ ଏହା କହିଛନ୍ତି । କୁକି ନେତା କହିଛନ୍ତି ଯେ ମଣିପୁରର ଜାତିଗତ ବିଚ୍ଛିନ୍ନତାକୁ ରାଜନୈତିକ ଏବଂ ପ୍ରଶାସନିକ ମାନ୍ୟତା ଦେବା ପାଇଁ ଯୁକ୍ତି ରଖିଛନ୍ତି । ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ ଏବଂ  COCOMIର ନେତୃତ୍ୱଧୀନ ମୈତେଇ ସମୁଦାୟ ରାଜ୍ୟର ବିଭାଜନର ଯେକୌଣସି ପଦକ୍ଷେପକୁ ବିରୋଧ କରିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ କେନ୍ଦ୍ର ସରକାର, ଯେଉଁମାନେ କୁକି ନ୍ୟାସନାଲ ଅର୍ଗାନାଇଜେସନ ଏବଂ ୟୁନାଇଟେଡ୍ ପିପୁଲ୍ସ ଫ୍ରଣ୍ଟ ସହ ଆଲୋଚନା କରୁଛନ୍ତି, ଏହିପରି ଫର୍ମୁଲାର ବିରୋଧ କରୁଛନ୍ତି ।

ପଢନ୍ତୁ: ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିଙ୍କ ହାତ ! ପୂର୍ବତନ ସେନା ମୁଖ୍ୟ ନରୱଣେଙ୍କ ଆଶଂକା

ଉଲ୍ଲେଖଯୋଗ୍ୟ ଯେ କୁକି ସମୁଦାୟର ନେତା ପୂର୍ବରୁ ମଧ୍ୟ କୁକି ଜନଜାତିର ଲୋତଙ୍କ ପାଇଁ ଅଲଗା ପ୍ରଶାସନର ଦାବି କରିସାରିଛନ୍ତି । ବିଜେପି ବିଧାୟକଙ୍କ ଏହି ଦାବି ମଧ୍ୟ କୁକି ନେତାଙ୍କ ଅଲଗା ରାଜ୍ୟ ଦାବିର ସମର୍ଥନ କରୁଛି ।

ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂ ଏବଂ ମୈତେଇ ସଂଗଠନ COCOMI (କର୍ଡିନେଟିଂଗ କମିଟି ଅନ୍ ମଣିପୁର ଇଣ୍ଟେଗ୍ରିଟି) ମଣିପୁରର ବିଭାଜନକୁ ଜୋରଦାର ବିରୋଧ କାରିସାରିଛନ୍ତି । କୁକି ନେତାଙ୍କ ବୟାନର ସମାଲୋଚକଙ୍କ କହିବା ଅନୁସାରେ ବିଭାଜନ ଯୋଗୁଁ ରାଜ୍ୟରେ କୁକି, ମୈତେଇ ଏବଂ ନାଗା ଜନଜାତିର ଅଲଗା ଅଲଗା କ୍ଷେତ୍ର ହୋଇଯିବ କିନ୍ତୁ ଯେଉଁ ସ୍ଥାନରେ ମିଶ୍ରିତ ଜନସଂଖ୍ୟା ରହିଛି, ସେଠାରେ ଅଧିକ ଚିନ୍ତା ବଢିବ ।

ଉଲ୍ଲେଖଯୋଗ୍ୟ ଯେ ମଣିପୁରରେ ହିଂସା ମେ ୩ରେ ଆରମ୍ଭ ହୋଇଥିଲା । ଯାହା ତିନି ମାସ ପରେ ଜାରି ରହିଛି । ଏହି ହିଂସାରେ ବର୍ତ୍ତମାନ ସୁଦ୍ଧା ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ହଜାର ହଜାର ଲୋକେ ନିଜ ବାସସ୍ଥାନ ହରାଇଛନ୍ତି ।

Also Read: ବିରୋଧୀ ଦଳ ସାଂସଦଙ୍କ ମଣିପୁର ଗସ୍ତ କେବଳ ଦେଖାଣିଆ, ସେମାନେ ରାଜସ୍ଥାନ ଗସ୍ତ କରିବେ କି ? ଘେରିଲା ବିଜେପି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.