ସଂସଦ ଘେରାଓ ପାଇଁ ଦିଲ୍ଲୀ ଗଲେ ୩ ରାଜ୍ୟର କୁଡୁମୀ ସେନା, ଅନୁସୂଚିତ ଜାତି ତାଲିକାରେ ସାମିଲ୍‌ କରିବାକୁ ଦାବି

Published By : Prameya-News7 Bureau | December 10, 2022 IST

ବାରିପଦା, ୧୦।୧୨: ପୂର୍ବ ଘୋଷିତ ହୁଡକା ଜାମ୍ ଆନ୍ଦୋଳନ ବା ପାର୍ଲାମେଣ୍ଟ ଅଚଳ କରିବା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି କୁଡୁମୀ ସେନା। ସକାଳୁ ବାରିପଦାର ଅଧିଷ୍ଠାତ୍ରୀ ଦେବୀ ମାଆ ଅମ୍ବିକାଙ୍କ ପୀଠରୁ କୁଡୁମୀ ସେନା ନିଜର ଯାତ୍ରା ଆରମ୍ଭ କରିଛି। କୁଡୁମୀ-ମହାନ୍ତ ଜାତିକୁ ଅନୁସୂଚିତ ଜାତି ତାଲିକାରେ ସାମିଲ କରିବା ଦାବୀକୁ ନେଇ ଦିର୍ଘଦିନ ଧରି ଆନ୍ଦୋଳନ କରି ଆସୁଥିବା ବେଳେ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର କେହି ବି ଏ ବାବଦରେ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି ।

ତେଣୁ ବାଧ୍ୟ ହୋଇ ସରକାରଙ୍କୁ ଚେତାଇଦେଵା ଲାଗି ଆସନ୍ତା ୧୨ ତାରିଖରେ ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟର ପ୍ରାୟ ୧୦ହଜାରରୁ ଉର୍ଦ୍ଧ୍ବ କୁଡମୀ ସମ୍ପ୍ରଦାୟର ଲୋକେ ଦିଲ୍ଲୀ ଯାଇ ସଂସଦ ଭବନ ଘେରାଉ କରିବେ। ଏଥି ସହିତ କୌଣସି ନେତାମନ୍ତ୍ରୀଙ୍କୁ ନୁହେଁ ବରଂ ସିଧା ସଳଖ ପାର୍ଲାମେଣ୍ଟରେ "ହୁଡକା ଜାମ୍" ବା ପାର୍ଲାମେଣ୍ଟ ଅଚଳ କରିବାର ଚରମ ନିଷ୍ପତି ନେଇଛି କୁଡୁମୀ ସେନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.