previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ଫିଲ୍ମ ‘one night stand’ ପରେ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ, କହିଲେ- ଗର୍ଭପାତ କରି ଦୁଃଖ ନାହିଁ

3/07/2022 at 10:12 AM

ନୂଆଦିଲ୍ଳୀ ୦୩।୦୭: ‘ସେକ୍ରେଡ୍ ଗେମ୍ସ’ ଫେମ୍‌ ଅଭିନେତ୍ରୀ କୁବ୍ରା ସେଟ୍‌ଙ୍କ ପୁସ୍ତକ ‘ଓପନ୍ ବୁକ୍’ ନିକଟରେ ରିଲିଜ୍‌ କରିଥିଲେ। ଯେଉଁଥିରେ ସେ ତାଙ୍କ ଜୀବନର ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ସେଥିରେ ଶାରିରୀକ ଶୋଷଣକୁ ନେଇ କୁବ୍ରା ତାଙ୍କ ପୁସ୍ତକରେ ସବୁକିଛି କହିଛନ୍ତି। ଗୋଟିଏ ଅଧ୍ୟାୟରେ କୁବ୍ରା କହିଥିଲେ ଯେ ୱାନ ନାଇଟ୍ ଷ୍ଟାଣ୍ଡ ପରେ ସେ ଗର୍ଭପାତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ତାଙ୍କର କୌଣସି ଦୁଃଖ ମଧ୍ୟ ନାହିଁ। ଏହା ୨୦୧୩ ସମୟର ଘଟଣା।

କୁବ୍ରା ତାଙ୍କ ପୁସ୍ତକରେ ବହୁତ କିଛି ଅକୁହା କଥା ଲେଖିଛନ୍ତି କି ଆଣ୍ଡାମାନ ବୁଲିବାକୁ ଯାଇଥିଲି । ସେଠାରେ ସ୍କୁବା ଡାଇଭିଂ କରିବା ପରେ କିଛି ଡ୍ରିଙ୍କସ୍‌ କରିବା ଫଳର ଜଣେ ପୁରୁଷ ବନ୍ଧୁଙ୍କ ସହ ଇଣ୍ଟିମେଣ୍ଟ ହୋଇଥିଲି । କିଛି ଦିନ ପରେ, ସେ ତାଙ୍କର ପ୍ରେଗନେନ୍‌ସି ଟେଷ୍ଟ କରାଇଲି। ଯାହା ପଜିଟିଭ୍‌ ଆସିଥିଲା । ‘ଏକ ସପ୍ତାହ ପରେ ମୁଁ ଗର୍ଭପାତ କରିବାକୁ ନିଷ୍ପତ୍ତି ନେଲି। କାହିଁକି ନା ମୁଁ ଜଣେ ମଣିଷ ଭାବରେ ଏହା ପାଇଁ ପ୍ରସ୍ତୁତ ନଥିଲି । ମୁଁ ଭାବୁନାହିଁ ଯେ ମୁଁ ଏପର୍ଯ୍ୟନ୍ତ ବି ପ୍ରସ୍ତୁତ ଅଛି । ଏଥିପାଇଁ ମୋର କୌଣସି ଦୁଃଖ ନାହିଁ। କିନ୍ତୁ ଜୀବନରେ କେବେ ଏଭଳି କିଛି ଘଟିବ ବୋଲି କଳ୍ପନା ବି କରି ନଥିଲି।

କହିବାକୁ ଗଲେ କୁବ୍ରା ସଲମାନ ଖାନଙ୍କ ଫିଲ୍ମ ‘ରେଡ୍ଡି’ରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଯେଉଁଥିରେ ତାଙ୍କର ଏକ ଛୋଟ ଭୂମିକା ଥିଲା । ଏହା ପରେ ସେ ‘ସୁଲତାନ’, ‘ଜବାନୀ ଜାନେମନ’, ‘ ସିଟି ଅଫ୍‌ ଲାଇଟ୍‌ ‘ ଅଛି । ୱେବ୍ ସିରିଜ୍ ‘ସେକ୍ରେଡ୍‌ ଗେମ୍‌’ ତାଙ୍କ ପାଇଁ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଥିଲା ।

   Related Posts