ଗଭୀର କୂଅରୁ ଉଦ୍ଧାର ହେଲେ ଯୁବକ, ଭଣଜାକୁ ବାହାର କରିବାକୁ ଯାଇ ଡେଇଁପଡିଥିଲେ
29/05/2023 at 3:27 PM

ଆଠଗଡ଼ ୨୯/୦୫: କଟକ ଜିଲ୍ଲା ତିଗିରିଆ ଅଗ୍ନିଶମ ବାହିନୀ ଦ୍ଵାରା ଗଭୀର କୂଅରୁ ଯୁବକକୁ ସୁରକ୍ଷିତ ଉଦ୍ଧାର । ସୂଚନା ଥାଉକି ଆଠଗଡ ତିଗିରିଆ ଥାନା ପୁରୁଣା ତିଗିରିଆ ଗ୍ରାମର ସରୋଜ ପ୍ରଧାନଙ୍କ ଭଣଜା ଉଦ୍ଧାର କରିବାକୁ ଡେଇଁପଡିଥିଲେ କୂଅକୁ । ସରୋଜଙ୍କ ବାରିପଟେ ଭଣଜା ଖେଳୁ ଖେଳୁ ଗଭୀର କୂଅରେ ଖସିପଡିଥିଲେ ।
ଏହା ଦେଖି ମାମୁଁ ସରୋଜ କୂଅକୁ ଡେଇଁ ପଡିଥିଲେ ଓ ଶିଶୁଟିକୁ ଉଦ୍ଧାର କରିଥିଲେ । କିନ୍ତୁ ଅନେକ ଚେଷ୍ଟା ପରେ ମଧ୍ୟ ନିଜେ କୂଅ ଭିତରୁ ବାହାରି ପାରିନଥିଲେ ସରୋଜ । ପରେ ପରିବାର ଲୋକେ ତିଗିରିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ୩୫ ଫୁଟ ଗଭୀର କୂଅରୁ ଭିତରୁ ସରୋଜଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ l
Related Posts
ମାନସିକ ଚାପ ଯୋଗୁଁ ନିଖୋଜ ହୋଇଯାଇଥିଲେ ବ୍ୟାଙ୍କ ମ୍ୟାନେଜର: ପୋଲିସ୍
28 September 2023
ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ଼, ଥାନାରେ ଏତଲା
28 September 2023
ତେଲନଦୀରେ ଫସିଛନ୍ତି ୧୨ଟିକିଆ ହାତୀପଲ, ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି
28 September 2023
ଅତିରିକ୍ତ ଜିଲ୍ଲାପାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, HRPCକୁ ତଦନ୍ତ ଦାୟିତ୍ୱ
28 September 2023