କୂଅରେ ଗଳିପଡି ଯୁବତୀଙ୍କ ମୃତ୍ୟୁ, ପାଣି କାଢୁଥିବାବେଳେ ଅସାବଧାନତାରୁ ଖସିପଡିଲେ
6/09/2022 at 9:53 AM

ଟାଙ୍ଗୀ ୦୬/୦୯: ନିଜ ଘରର ପଛ ପାର୍ଶ୍ବରେ ଥିବା କୂପରେ ପାଣି କାଢୁଥିବା ବେଳେ ଅସାବଧାନତା କାରଣରୁ ଗଳିପଡି ଯୁବତୀଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଦୀକ୍ଷିତପଡା ଗ୍ରାମର ମୁସଲିମ ବସ୍ତିରେ ।
ମୃତା ଯୁବତୀ ଜଣକ ଇନତାଜ୍ ଖାଁ ଙ୍କର ୨୨ ବର୍ଷୀୟ ଚାନ୍ଦିନୀ ଓରଫ ଆସ୍ମା ବେଗମ୍ । ଘରର ନିତ୍ୟକର୍ମ ପାଇଁ କୂପ ରୁ ପାଣି କାଢୁଥିବା ବେଳେ ଏହି ଅଘଟଣ ଘଟିଛି । ପରେ ପରିବାର ଲୋକେ କୂଅ ମଧ୍ୟରୁ ଆସ୍ମା ବେଗମ୍ କୁ ଉଦ୍ଧାର କରି ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ , ହେଲେ ସେତେ ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା ।
ଡାକ୍ତର ସେଠାରେ ଆସ୍ମା ବେଗମ୍ କୁ ମୃତ୍ୟୁ ଘୋଷଣା କରିଥିଲେ ବୋଲି ପରିବାର ଲୋକ କହିଛନ୍ତି । ଏନେଇ ଟାଙ୍ଗୀ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023