ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

କୂଆଖାଇରେ ବୁଡି ଦୁଇ ନିଖୋଜ, ଖୋଜୁଛି ଅଗ୍ନିଶମ ବାହିନୀ ଓ ପୋଲିସ

31/08/2022 at 2:34 PM

କଟକ ୩୧।୦୮: ଗଣେଶ ପୂଜାରେ ଅଘଟଣ। ସ୍କୁଲକୁ ଯାଉଛୁ ବୋଲି କହି ନଈରେ ଭାସିଗଲେ ୫ ସାଙ୍ଗ। ୩ ଜଣ ଉଦ୍ଧାର ହୋଇଥିବା ବେଳେ ୨ ଜଣ ଏବେ ନିଖୋଜ ଅଛନ୍ତି। କଟକ ପ୍ରତାପନଗରୀ ସ୍ଥିତ କୂଆଖାଇ ନଈରେ ଘଟିଛି ଏହି ଘଟଣା। ସମସ୍ତେ ପଟିଆ ଅଞ୍ଚଳର ହୋଇଥିବା ବେଳେ ଏମାନେ ସମସ୍ତେ ସ୍କୁଲର ଛାତ୍ର ବୋଲି ଜଣାପଡ଼ିଛି । ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ନିଖୋଜ ୨ ଜଣଙ୍କୁ ଉଦ୍ଧାର କରିବା ପାଇଁ କଟକ ଓ ବାରଙ୍ଗ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଏବଂ ଗୋଟିଏ ଓଡ୍ରାଫ ଟିମ୍ ନିୟୋଜିତ ଅଛନ୍ତି। ସମସ୍ତଙ୍କର ପରିବାର ଲୋକେ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ନିଖୋଜ ହୋଇଥିବା ଦୁଇ ଜଣଙ୍କ ନାଁ ରୀତି ରଞ୍ଜନ ମାଢ଼ି ଓ ଆଶୁତୋଷ ପାଲ। ସେପଟେ ଉଦ୍ଧାର ହୋଇଥିବା ତିନି ଜଣଙ୍କ ନାଁ ଲିପୁନ ରାଉତ, ଶୁଭମ୍ ମହାନ୍ତି ଓ ମହାବୀର ପ୍ରସାଦ ।

   Related Posts