ବଜାରକୁ ଆସିଗଲା ନୂଆ ଷ୍ଟାଇଲର BS6 KTM 250 Duke, ଲାଗିଛି ଏଲଇଡି ହେଡଲାଇଟ୍, ଦାମ୍ ବି ଦମଦାର

Published By : Prameya-News7 Bureau | August 06, 2020 IST

ନୂଆଦିଲ୍ଲୀ, ୦୬|୦୮:  କେଟିଏମ ଇଣ୍ଡିଆ ନିଜର ଲୋକପ୍ରିୟ ନେକେଡ୍ ବାଇକ୍ ୨୫୦ ଡ୍ୟୁକ୍ ବିଏସ୬ର ଅପଗ୍ରେଡେଡ୍ ଭର୍ସନ ଲଞ୍ଚ୍ କରିଛି । ଏହି ବାଇକରେ ଏଲଇଡି ହେଡଲାଇଟ୍ ପ୍ରଦାନ କରାଯାଇଛି । ଏହାସହ ଏଥିରେ ଓ୍ୱାନ ଟଚ୍ ଷ୍ଟାର୍ଟ ଫଙ୍କସନ୍, ଡୁଆଲ ଚ୍ୟାନେଲ୍ ଏବିଏସ ଓ ନୂଆ କଲର୍ ଅପସନ୍ ରହିଛି ।

ଏହି ବାଇକ୍ ଡାର୍କ ଗାଲଭାନୋ ଓ ସିଲଭର୍ ମେଟାଲିକ୍ ରଙ୍ଗରେ ଉପଲବ୍ଧ । ଏହାର ଦାମ୍ ରହିଛି ୨ ଲକ୍ଷ ୯୨୮୦ । କେଟିଏମର ନୂଆ ୨୫୦ ଡ୍ୟୁକରେ ଡିଜିଟାଲ ଏଲସିଡି ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଦିଆଯାଇଛି । ଏହାସହ ବ୍ଲୁଟୁଥ କନେକ୍ଟିଭିଟିର ମଧ୍ୟ ସପୋର୍ଟ ମିଳିବ । ବାଇକର ଫ୍ରଣ୍ଟରେ ଅପସାଇଡ୍ ଡାଉନ୍ ଟେଲିସ୍କୋପିକ୍ ଫୋର୍କ ଓ ପଛରେ ମନୋସୋକ୍ ସସପେନ୍ସନ ଦିଆଯାଇଛି ।

ଏଥିରେ ୨୪୯ ସିସିର ସିଙ୍ଗଲ ସିଲିଣ୍ଡର ଲିକୁଇଡ୍ କୁଲଡ୍ ଇଞ୍ଜିନ୍ ରହିଛି । ଯାହାର ପାଓ୍ୱାର ରହିଛି ୩୦ ବିଏଚପି । ଏହା ୨୮ ଏନଏମର ଟର୍କ ଜେନେରେଟ୍ କରିଥାଏ । ଏହାସହ ୬ ସ୍ପିଡ୍ ଗିଅର ବକ୍ସ ମଧ୍ୟ ରହିଛି ।

ବାଇକରେ ୧୭ ଇଞ୍ଚର ଆଲୟ ହ୍ୱିଲ୍ ରହିଛି । ବ୍ରେକିଂ ପାଇଁ ଆଗରେ ଓ ପଛରେ ବାଇବର୍‌ର ଡିସ୍କ ବ୍ରେକ୍ ରହିଛି । ଏହି ବାଇକ୍ ସିଧାସଳଖ ଭାବେ ଏଫଜେଡ୍ଏସ ୨୫ ଓ ସିକ୍ସର ୨୫୦କୁ ଟକ୍କର ଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.