ଛତ୍ରପତି ଶିବାଜୀ ମହାରାଜଙ୍କ ଲୁକ୍ ନେଇ ଟ୍ରୋଲ୍ ହେଲେ ଅକ୍ଷୟ, ୟୁଜର୍ସ କହିଲେ-ଭାଇ ପ୍ଲିଜ୍ ଭଲ ଆକ୍ଟିଂ କରିବ
7/12/2022 at 12:02 PM

ମୁମ୍ଵାଇ ୦୭।୧୨: ଚଳିତ ବର୍ଷ ଖିଲାଡି କୁମାର ଅକ୍ଷୟଙ୍କ ପାଇଁ ସମୟ ଭଲ ନାହିଁ। ୨୦୨୨ରେ ମୁକ୍ତିଲାଭ କରିଥିବା ତାଙ୍କର ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଛି। ଏହି ସମୟରେ ଅଭିନେତା ମଙ୍ଗଳବାର ତାଙ୍କର ଡେବ୍ୟୁ ମରାଠୀ ଚଳଚ୍ଚିତ୍ର ‘ବେଡାତ ମରାଠେ ବୀର ଦୌଡଲ ସାତ’ର ଫାଷ୍ଟ ଲୁକ ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ। ତେବେ ଅକ୍ଷୟଙ୍କ ଏହି ଫିଲ୍ମ ସୋସିଆଲ ମିଡିଆରେ ସକରାତ୍ମକ ପ୍ରତିକ୍ରିୟା ପାଇନାହିଁ।
ଫିଲ୍ମର ପ୍ରଥମ ଲୁକ୍ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଅକ୍ଷୟ ସୂଚନା ଦେଇଛନ୍ତି ଯେ ସେ ‘ବେଡାତ ମରାଠେ ବୀର୍ ଦୌଡଲ୍ ସାତ୍’ର ସୁଟିଂ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଅକ୍ଷୟଙ୍କ ଲୁକକୁ ନେଇ ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ କରିଛି। ଅଭିନେତାଙ୍କ ଏହି ଲୁକ୍କୁ ନେଇ ନା ନା ଟ୍ରୋଲ୍ କରାଯାଉଛି।
ଜଣେ ୟୁଜର୍ସ ଲେଖିଛନ୍ତି, ‘ଏହା ପୃଥୀରାଜ ହେବ … ଏହା ଶିବଜୀ ମହାରାଜ ହେବ … କିନ୍ତୁ ଅଭିନୟ ହାଉସଫୁଲ ୱାଲି କରିବ କି ନାହିଁ… ବଲିଉଡର ଅନ୍ୟ ଜଣେ ଅଭିନେତା ଆଣ।’ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ଅକ୍ଷୟ କୁମାର ଅନ୍ୟ ଏକ ଆଇକନିକ ଚରିତ୍ରକୁ ନଷ୍ଟ କରିବାକୁ ଯାଉଛନ୍ତି। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ନିକଟରେ ପ୍ରକାଶ ପାଇଲା ଯେ ଅକ୍ଷୟ ‘ହେରା ଫେରି’ ‘ରୁ ବାଦ୍ ପଡିଛନ୍ତି। ଏହା ନିଜେ ଅଭିନେତା ପ୍ରକାଶ କରି କହିଥିଲେ ଯେ ଫିଲ୍ମର ସ୍କ୍ରିପ୍ଟ ତାଙ୍କୁ ପସନ୍ଦ କରୁ ନ ଆସିବାରୁ ଏହି ପଦକ୍ଷେପ ନେଇଛନ୍ତି।