ନୂଆଦିଲ୍ଲୀ: ଷଷ୍ଠ ସମନକୁ ବି ବେଖାତିର୍ । ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏନେଇ ଆମ୍ ଆଦମି ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ସମନ ଅଣସାମ୍ବିଧାନିକ । ଯାଞ୍ଚ ଏଜେନ୍ସି କେଜ୍ରିଓ୍ବାଲଙ୍କୁ ବାରମ୍ବାର ସମନ ପଠାଇବା ଅପେକ୍ଷା କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍ ବୋଲି ପାର୍ଟି ନେତା କହିଛନ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲା କୋର୍ଟରେ ରହିଥିବାରୁ ଇଡିରେ କେଜ୍ରିଓ୍ବାଲ ହାଜର ହେବେ ନାହିଁ ।
wp:html/wp:html wp:embed {"url":"https://www.prameyanews7.com/advantage-bjp-in-chandigarh-row-as-mayor-quits-3-aap-councilors-cross-over/","type":"wp-embed","providerNameSlug":"prameya-news-7"} /wp:embedDelhi CM Kejriwal skips ED summons again in excise policy case, AAP calls it 'illegal'
— ANI Digital (@ani_digital) February 19, 2024
Read @ANI Story | https://t.co/LJ7dVeUBZ4#ArvindKejriwal #AAP #EDsummons #excisepolicycase pic.twitter.com/g6kegWkNHB
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋଙ୍କୁ ଷଷ୍ଠ ଥର ପାଇଁ ହାଜର ହେବାକୁ ନୋଟିସ୍ ପଠାଇଛି । ଯାଞ୍ଚ ଏଜେନ୍ସିର ସଦ୍ୟ ସମନଟି ଫେବ୍ରୁଆରୀ ୧୪ ତାରିଖରେ ଜାରି କରିଥିଲା ଏବଂ ୧୯ ଫେବ୍ରୁଆରୀରେ ହାଜର ହେବାକୁ କୁହାଯାଇଥିଲା । ମାତ୍ର ଏହି ମାମଲା କୋର୍ଟରେ ବିଚାରଧୀନ ରହିଥିବାରୁ ଇଡି ସମନକୁ ଅଣଦେଖା କରିଛନ୍ତି । ଏହା ପୂର୍ବରୁ କେଜ୍ରିଓ୍ବାଲଙ୍କୁ ପ୍ରଥମ ସମନ ନଭେମ୍ବର ୨ତାରିଖ ୨୦୨୩ ଆସିଥିଲା । ଦ୍ବିତୀୟ ସମନ ଡିସେମ୍ବର ୨୧ ତାରିଖରେ, ତୃତୀୟ ସମନ ଜାନୁଆରୀ ୩ ତାରିଖରେ, ଚତୁର୍ଥ ସମନ ଜାନୁଆରୀ ୧୮ରେ ପଞ୍ଚମ ସମନ ଫେବ୍ରୁଆରୀ ୨ ତାରିଖରେ ଏହଂ ଷଷ୍ଠ ସମନ ଫେବ୍ରୁଆରୀ ୧୯ ତାରିଖ ବା ଆଜି ଇଡିରେ ହାଜର ହେବାକୁ ଜାରି ହୋଇଛି ।