କୃଷ୍ଣପ୍ରସାଦ ବ୍ଲକ୍ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ ଦ୍ବିତୀୟ ଦିନରେ
26/09/2018 at 3:23 PM

ପୁରୀ ୨୬|୯: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି । କୃଷ୍ଣପ୍ରସାଦ ବିଡିଓଙ୍କୁ ବ୍ଲକ୍ ଅଧ୍ୟକ୍ଷଙ୍କ ସ୍ବାମୀ ଦୁର୍ବ୍ୟବହାର ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ଲକ୍ କର୍ମଚାରୀ । ଗତ ୨୪ ତାରିଖ ଦିନ କୃଷ୍ଣପ୍ରସାଦ ବ୍ଲକ୍ ବିଡିଓଙ୍କୁ ବ୍ଲକ୍ ଅଧ୍ୟକ୍ଷ ସୌଦାମିନୀ ମାନସିଂଙ୍କ ସ୍ବାମୀ ସୁକାନ୍ତ ମାନସିଂ ଦୁର୍ବ୍ୟବହାର କରିଥିଲେ । ଏହାର ପ୍ରତିବାଦରେ କଲମଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ଲକ୍ କର୍ମଚାରୀ । ଫଳରେ ବ୍ଲକ୍ ଅଫିସରେ କାମ ବାଧାପ୍ରାପ୍ତ ହୋଇଛି । ସାଧାରଣଲୋକ ମଧ୍ୟ ବିଭିନ୍ନ କାମ ପାଇଁ ଆସି ଫେରୁଥିବା ଦେଖିବାକୁ ମିଳୁଛି ।
Related Posts
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023
ସିରିଜ୍ ଦୁର୍ଘଟଣା, ତିନୋଟି ବାଇକକୁ ପଛପଟୁ ପିଟିଲା ଟାଟା ଏସି
5 February 2023
ନବ ଦାସ ହତ୍ୟା ମାମଲା, ପୁଣି ରିମାଣ୍ଡରେ ଯିବେ ଅଭିଯୁକ୍ତ ଗୋପାଳ
5 February 2023