ଦୁଇ ବିଧାୟକଙ୍କୁ ସସ୍‌ପେଣ୍ଡ କରି ସ୍ବାଧୀନ ବିଧାୟକ ଭାବେ ବିଜେଡିକୁ ଉପହାର ଦେଇଛନ୍ତି ନିରଞ୍ଜନ- କୃଷ୍ଣ ସଗରିଆ

Published By : Prameya-News7 Bureau | January 18, 2019 IST

ଭୁବନେଶ୍ବର ୧୮|୧: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଜବାବ ଦେଇଛନ୍ତି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆ । ସେ କହିଛନ୍ତି ଯେ କଂଗ୍ରେସ ନିରଞ୍ଜନ ପଟ୍ଟନାୟକଙ୍କ ସଂପତ୍ତି ନୁହେଁ। ତାଙ୍କର ଟିକେଟ୍ ପାଇବା ନପାଇବା ନିଷ୍ପତ୍ତି ଏଆଇସିସି ନେବ ବୋଲି ସେ କହିଛନ୍ତି । ନିରଞ୍ଜନ ପଟ୍ଟନାୟକ ନିଜେ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି। ବାଚସ୍ପତିଙ୍କୁ ନଜଣାଇ ୨ ବିଧାୟକଙ୍କୁ ସସପେଣ୍ଡ କରି ସ୍ବାଧୀନ ବିଧାୟକ ଭାବେ ବିଜେଡିକୁ ଉପହାର ଦେଇଛନ୍ତି ନିରଞ୍ଜନ ବୋଲି କହିଛନ୍ତି ।

ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ କଂଗ୍ରେସ ଟିକେଟ୍ ମିଳିନପାରେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ । ସଗରିଆଙ୍କ ସଂପର୍କରେ ଶୃଙ୍ଖଳା କମିଟି ଆଲୋଚନା କରିଛି ଏବଂ ସେ ଆଚରଣ ପରିବର୍ତ୍ତନ କଲେ ଟିକେଟ୍ ର ସମ୍ଭାବନା ଅଛି ବୋଲି ନିରଞ୍ଜନ ।

ବିଧାୟକ ନବ ଦାସ ଓ ଯୋଗେଶ ସିଂହ ଦଳ ଛାଡ଼ିବା ଦ୍ବାରା ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ମଧ୍ୟ ନିରଞ୍ଜନ କହିଛନ୍ତି । ଏବେ ନେତା ନୁହେଁ, ଦଳ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପିସିସି ସଭାପତି । ବିକଳ୍ପ ଚେହେରା ସବୁଠି ଅଛନ୍ତି । ୧୫ ତାରିଖରେ ନବ ଦାସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ୧୬ ତାରିଖରେ ଏଆଇସିସିରୁ ମତାମତ ଆସିବା ପୂର୍ବରୁ ନବ ଦାସଙ୍କୁ ବହିଷ୍କାର କରାଯାଇଥିଲା । ଝାରସୁଗୁଡ଼ାରେ ଦଳ ପାଇଁ ବହୁ ବିକଳ୍ପ ଅଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ସାଂଗଠନିକ ପୁନର୍ବିନ୍ୟାସ କରାଯିବ । ସେହିପରି ଯୋଗେଶ ସିଂହ ବିଜେଡି ସହ ସଂପର୍କରେ ଥିବା ଜଣାପଡ଼ିଥିଲା । ତେଣୁ ଦଳ କଣ ଚୁପ୍  ବସିଥାନ୍ତା ବୋଲି ପାଲଟା ପ୍ରଶ୍ନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.