vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଅନ୍ତର୍ଜାତୀୟ ସ୍ଥପତି ପତ୍ରିକାରେ ଓଡିଶାର କୃଷି ଭବନ, ମାନ୍ୟତା ହାସଲରେ ଦେଶର ପ୍ରଥମ ସରକାରୀ କୋଠା

26/08/2020 at 9:40 AM

ଭୁବନେଶ୍ୱର ୨୬।୦୮: ଅନ୍ତର୍ଜାତୀୟ ସ୍ତରର ସ୍ଥପତି ପତ୍ରିକା ଡେଜିନ୍ ରେ ଓଡିଶାର କୃଷି ଭବନ ସ୍ଥାନ ପାଇଛି । କୃଷି ଭବନର ଉଚ୍ଚକୋଟିର ଆର୍କିଟେକ୍ଚରାଲ ଡିଜାଇନ୍ ପାଇଂ ଏହାକୁ ପ୍ରସଂଶା କରାଯାଇଛି । ସମ୍ବଲପୁରୀ ଇକତ୍  ଡିଜାଇନ ଏହି ବିଲଡିଙ୍ଗକୁ ବେଶ୍ ସୁନ୍ଦର କରିଛି । ଦୂରରୁ ଏହି ବିଲଡ଼ିଙ୍ଗକୁ ଦେଖିଲେ ସମ୍ବଲପୁରୀ ଶାଢୀ ଭଳି ଦେଖା ଯାଉଛି । ଏହାଛଡ଼ା ବିଲଡ଼ିଙ୍ଗ  ଡ଼ିଜାଇନ୍ ରେ ରହିଛି ଓଡ଼ିଶା ପଟଚିତ୍ରର ଝଲକ । ଏହି ପ୍ରତିଷ୍ଠିତ ପତ୍ରିକାରେ ସ୍ଥାନ ପାଇବାରେ ରାଜ୍ୟର କୃଷି ଭବନ ହେଉଛି ପ୍ରଥମ ।  ଲଣ୍ଡନରୁ ପ୍ରକାଶିତ ହେଉଛି ଏହି ଆନ୍ତର୍ଜାତିକ ପତ୍ରିକା ଡେଜିନ୍ ।

ଅନ୍ତର୍ଜାତୀୟ ସ୍ଥପତି ପତ୍ରିକା ଡେ-ଜିନ୍ ରେ ଓଡିଶାର କୃଷି ଭବନ । କୃଷି ଭବନର ଉଚ୍ଚକୋଟିର ଆର୍କିଟେକ୍ଚରାଲ ଡିଜାଇନ୍‌କୁ ବେଶ ପ୍ରସଂଶା କରାଯାଇଛି ଏଥିରେ । ଦେଶର କୌଣସି ସରକାରୀ ବିଲଡିଙ୍ଗ ଭାବେ ଏହି ପ୍ରତିଷ୍ଠିତ ପତ୍ରିକାରେ ସ୍ଥାନ ପାଇବାରେ କୃଷି ଭବନ ହେଉଛି ପ୍ରଥମ । ଲଣ୍ଡନରୁ ପ୍ରକାଶ ପାଉଛି  ଏହି ଆନ୍ତର୍ଜାତିକ ପତ୍ରିକା ଡେଜିନ୍ । ସାରା ବିଶ୍ବରେ ଆର୍କିଟେକ୍ଚରାଲ ଡିଜାଇନ୍ ଉପରେ ପ୍ରକାଶିତ ହେଉଥିବା ଏହି ପତ୍ରିକାର ବେଶ୍ ସୁନାମ ରହିଛି । କୃଷିଭବନରେ ସମ୍ବଲପୁରୀ ଇକତ ଡିଜାଇନ୍ ଏହି ବିଲଡିଙ୍ଗକୁ ବେଶ୍ ସୁନ୍ଦର କରିଛି । ଦୂରରୁ ଏହି ବିଲଡ଼ିଙ୍ଗକୁ ଦେଖିଲେ ସମ୍ବଲପୁରୀ ଶାଢୀ ଭଳି ଦେଖାଯାଉଛି ।

ଏହାଛଡ଼ା ବିଲଡ଼ିଙ୍ଗ  ଡ଼ିଜାଇନ୍ ରେ ରହିଛି ଓଡ଼ିଶା ପଟଚିତ୍ର ସ୍କ୍ରଲ ପେଣ୍ଟିଙ୍ଗର ଝଲକ । ବିଲଡ଼ିଙ୍ଗର କରିଡ଼ରରେ ରହିଛି ଢେ।କ୍ରା ର ମେଟାଲ ୱ।ର୍କ । ତାଛଡ଼ା ଆଖି ଝଲସିବା ଭଳି ଲାଇଟ । ତିନିଟି ଭିନ୍ନ ରଙ୍ଗର ଇଟାରେ ଏହାକୁ ନିର୍ମାଣ କରାଯାଇଛି । ଏହି ବିଲଡ଼ିଙ୍ଗର ଉତ୍ତର ପାଶ୍ବ ଏବଂ ଚଲାପଥ ଅଞ୍ଚଳକୁ ମାଙ୍କଡ଼ା ପଥର ଓ ଖଣ୍ଡେଲାଇଟ ପଥର ଦ୍ବାରା ତିଆାରି କରାଯାଇଛି  ।  ଯାହାକି  ବିଲଡ଼ିଙ୍ଗର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଛି । ବିଲଡ଼ିଙ୍ଗରେ ଗେ।ଟିଏ ଆମ୍ପିଥିଏଟର, ଗେ।ଟିଏ ଗାର୍ଡ଼େନ୍, ଗେ।ଟିଏ ଛେ।ଟ ପେ।ଖରୀ, ଗ୍ୟାଲେରୀ, ଅଡ଼ିଟୋରିଅମ, ଲାଇବ୍ରେରୀ, ଟ୍ରେନିଙ୍ଗ ରୂମ ର ବ୍ୟବସ୍ଥା ହୋଇଛି ।

   Related Posts