‘କୃଷକ ରତ୍ନ ସମ୍ମାନ ୨୦୨୩’ : ଏହି ଅଭିନବ ଉଦ୍ୟମରେ ସହଯୋଗ କରି ଆମେ ଆନନ୍ଦିତ - ପିପିଏଲ୍ କର୍ପୋରେଟ୍ ବ୍ୟାପାର ମୁଖ୍ୟ

Published By : Prameya-News7 Bureau | November 29, 2023 IST

ଭୁବନେଶ୍ବର ୨୯।୧୧: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । କୃଷକ ଭାଇମାନେ ହେଉଛନ୍ତି ଆମର ମେରୁଦଣ୍ଡ । ପୃଥିବୀ ପୃଷ୍ଠରେ ସାମଗ୍ରିକ ଖାଦ୍ୟ ସୁରକ୍ଷା ପାଇଁ କୃଷମାନଙ୍କର ବହୁତ ଭୂମିକା ରହିଛି । ସେଥିପାଇଁ ଯଥାର୍ଥରେ କୁହାଯାଉଛି, ‘ଜୟ ଯବାନ ଜୟ କିଷାନ’ । କିନ୍ତୁ ଦୁଃଖର କଥା କୃଷକ ଭାଇମାନେ ଯେଉଁ ସମ୍ମାନର ଅଧିକାରୀ ହେବା କଥା ସେମାନଙ୍କୁ ତାହା ମିଳିପାରିନାହିଁ ।

ସେଥିପାଇଁ ପ୍ରମେୟ ପରିବାର ତରଫରୁ ଯେଉଁ ଅଭିନବ ପରିକଳ୍ପନା କରାଯାଇଛି ତାହା ଅଭିନନ୍ଦନୀୟ । ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ୍ ତରଫରୁଏହାକୁ ସମ୍ପୂର୍ଣ୍ଣ ସହଯୋଗ କରିବୁ । ‘କୃଷକ ରତ୍ନ ସମ୍ମାନ ୨୦୨୩’ ଉତ୍ସବ ସମସ୍ତଙ୍କୁ ବହୁତ ଭଲ ଲାଗିବ, ଖାସ୍ କରି କୃଷକ ଭାଈ ଓ ଭଉଣୀମାନଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଉତ୍ସାହପ୍ରଦ ହେବ । ଆମେ ଏହି ସମ୍ମାନ ପ୍ରଦାନ ଉତ୍ସବକୁ ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପାରାଦୀପ ଫସଫେଟ୍‌ସ ଲିମିଟେଡ୍ କର୍ପୋରେଟ୍ ବ୍ୟାପାର ମୁଖ୍ୟ ସୁଧି ରଞ୍ଜନ ମିଶ୍ର କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/three-juvenile-convicts-sentenced-to-life-imprisonment-in-keonjhar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-juvenile-convicts-sentenced-to-life-imprisonment-in-keonjhar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.