ହଳଦିପାଣି-ମହାନଦୀ ନଦୀପଥ ଖୋଲିବା ଦାବିରେ କୃଷକ ମଞ୍ଚର ଆନ୍ଦୋଳନ

Published By : Prameya-News7 Bureau | January 15, 2019 IST

ପାରାଦୀପ ୧୫|୧: ପାରାଦୀପ ଗଡ ନିକଟରେ ଥିବା ହଳଦି ପାଣି ଜୋର-ମହାନଦୀ ନଦୀପଥ ଅବରୋଧ ଖୋଲାଯିବା ଦାବିରେ ପାରାଦୀପରେ ରାସ୍ତାରୋକ। ପାରାଦୀପ କୃଷକ ମଞ୍ଚ ପକ୍ଷରୁ କଟକ-ପାରାଦୀରପ ରାଜ୍ୟପଥ ଓ କଟକ-ଚଣ୍ଡିଖୋଲ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଫଳରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି। ପାରାଦୀପ ବନ୍ଦରକୁ ଆସୁଥିବା ପଣ୍ୟ ପରିବହନ  ଟ୍ରକ ଗୁଡିକ ରାସ୍ତାରୋକ ଯୋଗୁ ସଡକରେ ଅଟକି ରହିଛି। ଅବରୋଧ ନଦୀପଥ ଖୋଲାଯିବା ପାଇଁ ୨୯ ମୌଜାର ଗ୍ରାମବାସୀମାନେ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି।

ଗତବର୍ଷ ସେପ୍ଟେମ୍ବର ୯ରେ ମଧ୍ୟ ସମାନ ଦାବିରେ ପାରାଦୀପ କୃଷକ ମଞ୍ଚ  ରାସ୍ତାରୋକ କରିଥିଲେ । ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ୧୫ ଦିନ ସମୟ ନେଇଥିଲେ। ହେଲେ ଆଜି ଯାଏଁ ସମସ୍ୟାର ସମାଧାନ ହୋଇପାରିନି। ବର୍ଷାଦିନ ଆସିଲେ କୁଜଙ୍ଗ ବ୍ଲକର ଏହି ୨୯ ମୌଜା ଜଳମଗ୍ନ ହୋଇଯାଏ। ଜଳ ନିଷ୍କାସନର ସୁବ୍ୟବବସ୍ଥା ନଥିବାରୁ ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ରହିଥାନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ  ଆନ୍ଦୋଳନ ଜାରି ରହିବ ବୋଲି ପାରାଦୀପ କୃଷକ ମଞ୍ଚ ଚେତାବନୀ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.