ମଣ୍ଡି ବ୍ୟବସ୍ଥା ସୁଧାରିବାକୁ ସରକାରଙ୍କୁ କୃଷକ ଏକତା ମଞ୍ଚର ଚେତାବନୀ

Published By : Prameya-News7 Bureau | November 21, 2022 IST

ଧର୍ମଗଡ, ୨୧।୧୧: କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ନଭେମ୍ବର ୨୫ରୁ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବା ନେଇ ତାରିଖ ଧର୍ଯ୍ୟ କରିଛି ପ୍ରଶାସନ l ତେବେ ପ୍ରତ୍ୟେକ ବର୍ଷ ସରକାର ମଣ୍ଡିବ୍ୟବସ୍ଥା ସୁଧାରିବା ନେଇ ଚାଷୀଙ୍କୁ ପ୍ରତିଶୃତି ଦେଇଥାନ୍ତି । କିନ୍ତୁ ମଣ୍ଡିରେ ଚାଷୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି l  କଳମପୁର କୃଷକ ଏକତା ମଞ୍ଚ ଆଜି ବିଭିନ୍ନ ସମସ୍ୟା ନେଇ ବିରାଟ ସମାବେଶ କରିଛି l

କୃଷକ ମାନଙ୍କ ପ୍ରମୁଖ ଦାବି ଗୁଡିକ ହେଲା ୧. ଧାନ କ୍ରୟ ପାଇଁ FAQ ନାଁରେ କ୍ଵଇଣ୍ଟାଲ ପିଛା ୫ ରୁ ୮ କେଜି ବେଆଇନ କଟଣୀ, ୨. ଟୋକନ ପ୍ରଦାନ, ଧାନ କିଣା ଟାର୍ଗେଟ, ଆକାଉଣ୍ଟ କରେକ୍ସନ ଏହି ସବୁ ରାଜ୍ୟ ପରିବର୍ତ୍ତେ ଜିଲ୍ଲା ସ୍ତରରେ ସମାଧାନ କରିବା, ଚଳିତ ବର୍ଷ ଅଧିକ ଅମଳ ସମ୍ଭାବନା ଥିବାରୁ ହେକ୍ଟର ପିଛା ୧୯ କ୍ଵଇଣ୍ଟାଲରୁ ୨୨ କ୍ଵଇଣ୍ଟାଲକୁ ବୃଦ୍ଧି, ଟୋକନ ପ୍ରକାରେ ଚାଷୀ ମାନଙ୍କୁ ଅଗ୍ରିମ ଯୋଗେଇ ଦେବା, ପୁରୁଣା ମିଲର ଏଜେଣ୍ଟ ମାନଙ୍କୁ ବାଦ ଦେଇ ନୂତନ ଏଜେଣ୍ଟ୍‌ ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି ।

ଅନ୍ୟପଟେ ଧାନ କ୍ରୟରେ ନିଯୁକ୍ତ ଶ୍ରମିକମାନଙ୍କ ପାରିଶ୍ରମିକ ବୃଦ୍ଧି, ଜିଲ୍ଲାର ସମସ୍ତ ମଣ୍ଡିର ଭିତ୍ତିଭୂମି ବିକାଶ ପାଇଁ ଏବଂ ପ୍ରତ୍ୟେକ ମଣ୍ଡିରେ ୱେଟବ୍ରିଜ଼ ସ୍ଥାପନା, କେନାଲ ମରାମତି ରକ୍ଷଣା ବେକ୍ଷଣା ପ୍ରତିଧ୍ୟାନ ଦେବା ଏହା ସହିତ ଇନ୍ଦ୍ରାବତୀ କେନାଲର ମରାମତି ଏଗ୍ରିମେଣ୍ଟ ପ୍ରକାର ଧାର୍ଯ୍ୟ ସମୟରେ ସମାପ୍ତ କରିବା ଏବଂ କଳମପୁର ବ୍ଲକର ହାରମାଳ ପଞ୍ଚାୟତର ପାରୁଆଗୁଡା ଏବଂ ବନ୍ଦକନା ପଞ୍ଚାୟତର ଟେମେରା ଗ୍ରାମରେ ସବ ମଣ୍ଡି ସ୍ଥାପନ କରିବା ନେଇ ଦାବି ହୋଇଛି । ଚଳିତ ବର୍ଷ ଯଦି ମଣ୍ଡିରେ ଚାଷୀମାନଙ୍କୁ ହଇରାଣ କରାଯାଏ ତେବେ ଭୟାବହ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ମଞ୍ଚ l କଳମପୁର କୃଷକ ଏକତା ମଞ୍ଚ ତରଫରୁ ତସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.