ବିରାଟ କୋହଲିଙ୍କ ଡିପ୍ରେସନକୁ ନେଇ ଟ୍ଵିଟ୍‌ କଲେ KRK, କହିଲେ-ହିରୋଇନ୍‌ଙ୍କୁ ବିବାହ କରିବାର ରେଜଲ୍ଟ

Published By : Prameya-News7 Bureau | August 28, 2022 IST

ମୁମ୍ଵାଇ ୨୮।୦୮: ଅଭିନେତା ତଥା ସମାଲୋଚକ (କ୍ରିଟିକ୍) KRK । ସୋସିଆଲ ମିଡିଆରେ ସେ ଖୁବ୍ ଆକ୍ଟିଭ୍। ନିଜର ବିଭିନ୍ନ ପ୍ରକାରର କମେଣ୍ଟ ପାଇଁ ଚର୍ଚ୍ଚାରେ ଥାଆନ୍ତି। ସିନେମା ଠାରୁ ଆରମ୍ଭ କରି ରାଜନୀତି, ଦେଶ ତଥା ବିଦେଶରେ ଥିବା ପ୍ରସଙ୍ଗରେ KRK ଟ୍ୱିଟ୍ କରିଥାଆନ୍ତି। ଏହି ସମୟ ମଧ୍ୟରେ ସେ କ୍ରିକେଟର ବିରାଟ କୋହଲିଙ୍କ ଡିପ୍ରେସନ ଉପରେ ନିଜର ମତ ଦେଇଛନ୍ତି। ବିରାଟଙ୍କ ଡିପ୍ରେସନ୍ ପାଇଁ KRK ଅନୁଷ୍କା ଶର୍ମାଙ୍କୁ ଦାୟୀ କରିଛନ୍ତି। KRK ର ଏହି ଟ୍ୱିଟରେ ସେ ଟ୍ରୋଲ ହେଉଛନ୍ତି।

KRK ବିରାଟ କୋହଲିଙ୍କ ଏକ କୋଟକୁ ପୋଷ୍ଟରକୁ ନିଜ ଟ୍ବିଟରରେ ସେୟାର କରିଛନ୍ତି। ଏହି ଟ୍ୱିଟ୍ରେ ସେ ଅନୁଷ୍କା ଶର୍ମାଙ୍କୁ ବିରାଟଙ୍କ ଡିପ୍ରେସନ୍ ପାଇଁ ଦାୟୀ କରିଛନ୍ତି। କେଆରକେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'ବିରାଟ କୋହଲି ହେଉଛନ୍ତି ଭାରତର ପ୍ରଥମ କ୍ରିକେଟର, ଯିଏ ଡିପ୍ରେସନର ମୁକାବିଲା କରୁଛନ୍ତି। ଜଣେ ହିରୋଇନଙ୍କୁ ବିବାହ କରିବାର ଏହା ହେଉଛି ଫଳାଫଳ । ସେ ନିଶ୍ଚୟ ତାଙ୍କ ମନରେ ପକାଇଥିବେ ଯେ ସେ ଡିପ୍ରେସନର ଶିକାର ହେଉଛନ୍ତି ।

KRK ଙ୍କ ଏହି ଟ୍ବିଟ୍ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ୟୁଜର୍ସମାନେ ଏହା ଉପରେ କମେଣ୍ଟ ମଧ୍ୟ କରୁଛନ୍ତି। ଏହି ଟ୍ୱିଟ୍ ଯୋଗୁଁ ଅଧିକାଂଶ ସୋସିଆଲ୍ ମିଡିଆ ୟୁଜର୍ସ KRK କୁ ଟ୍ରୋଲ କରୁଛନ୍ତି। ଏହା ବ୍ୟତୀତ କେତେକ ବିରାଟ ଏବଂ ଅନୁଷ୍କାଙ୍କ ପ୍ରଶଂସକମାନେ ମଧ୍ୟ KRK ପାଇଁ ଅଶ୍ଳୀଳ ଶବ୍ଦ ବ୍ୟବହାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.