ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

‘ବିକ୍ରମ୍‌ ବେଧା’ ପରେ ଆଉ ଫିଲ୍ମର ରିଭ୍ୟୁ ଦେବେନି KRK, ଟ୍ଵିଟ୍‌ କରି ଲେଖିଲେ-I quit

24/09/2022 at 1:27 PM

ମୁମ୍ଵାଇ ୨୪।୦୯: ସମାଲୋଚକ ତଥା ଅଭିନେତା KRK ତାଙ୍କ ଟ୍ୱିଟ୍ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ସୋସିଆଲ ମିଡିଆରେ କେଆରକେ ର ଟ୍ୱିଟ୍ ଏବଂ ସମୀକ୍ଷା ବହୁତ ଚର୍ଚ୍ଚିତ । ଏଭଳି ପରିସ୍ଥିତିରେ କେଆରକେ ଏକ ଟୁଇଟ୍ କରିଛନ୍ତି, ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ ଦୁଃଖିତ ହୋଇଛନ୍ତି । ଏନେଇ କେଆରକେ କହିଛନ୍ତି ଯେ ସୈଫ ଅଲି ଖାନ, ହ୍ରିତିକ ରୋଶନ ଏବଂ ରାଧିକା ଆପତେଙ୍କ ଅଭିନୀତ ଫିଲ୍ମ ବିକ୍ରମ ବେଧା ପରେ ସେ କୌଣସି ଫିଲ୍ମର ସମୀକ୍ଷା କରିବେ ନାହିଁ।

ସୋସିଆଲ ମିଡିଆରେ କେଆରକେ ଏଭଳି ଏକ ଟୁଇଟ୍ କରିଛନ୍ତି। ଯାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ୟୁଜର୍ସମାନେ ଏହାକୁ ନେଇ ବହୁତ ପ୍ରତିକ୍ରିୟା କରୁଛନ୍ତି। କେଆରକେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ଆଇ କ୍ଵାଇଟ୍‌, ବିକ୍ରମ ବେଧା ଶେଷ ଫିଲ୍ମ ହେବ ଯାହାକୁ ମୁଁ ସମୀକ୍ଷା କରିବି। ମୋର ସମୀକ୍ଷା ଉପରେ ବିଶ୍ୱାସ କରି ମୋତେ ବଲିଉଡ ଇତିହାସରେ ସବୁଠାରୁ ବଡ ସମାଲୋଚକ ତଥା କ୍ରିଟିକ୍‌ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ବଲିଉଡ୍‌ର ଲୋକଙ୍କୁ ମଧ୍ୟ ଧନ୍ୟବାଦ ଯେଉଁମାନେ ମୋତେ ସମାଲୋଚକ ଭାବେ ଗ୍ରହଣ କରି ନଥିବାରୁ।

କହିବାକୁ ଗଲେ କେଆରକେଙ୍କ ଏହି ଟ୍ୱିଟ୍ ଉପରେ ଖୁବ୍‌ ପ୍ରତିକ୍ରିୟା ମିଳୁଛି। କିଛି ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କ ଏହି ନିଷ୍ପତ୍ତିରେ ବହୁତ ଖୁସି ଥିବାବେଳେ ଅନ୍ୟମାନେ ଦୁଃଖ ପ୍ରକାଶ କରିଛନ୍ତି।  

   Related Posts