ସାମ୍ନାକୁ ଆସିଲା କ୍ରିତି ସାନନ୍‌ଙ୍କ ‘Bhediya’ ଲୁକ୍‌, ଏହି ଦିନ ହେବ ରିଲିଜ୍‌

Published By : Prameya-News7 Bureau | October 19, 2022 IST

ମୁମ୍ଵାଇ ୧୯।୧୦: ଅଭିନେତା ବରୁଣ ଧାୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଭେଡିଆକୁ ନେଇ ଖୁବ୍‌ ଆଲୋଚନା । ଏହି ଫିଲ୍ମଟି  ହରର ଏବଂ କମେଡି ଅଟେ । ଫିଲ୍ମକୁ ନେଇ ଅନେକ ଗୁଜବ ରହିଛି। ଫିଲ୍ମର ଘୋଷଣା ପରଠାରୁ ଦର୍ଶକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ନିକଟରେ ଏହି ଚଳଚ୍ଚିତ୍ରର ପୋଷ୍ଟର ରିଲିଜ ହୋଇଥିଲା।  ଯେଉଁଥିରେ ବରୁଣଙ୍କୁ ବହୁତ ବିପଦପୂର୍ଣ୍ଣ ରୂପରେ ଦେଖିବାକୁ ମିଳିଥିଲା ​​। ବର୍ତ୍ତମାନ ଏହି ଚଳଚ୍ଚିତ୍ରରୁ କ୍ରିତି ସାନନଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି। ଯେଉଁଥିରେ କ୍ରିତି ଭିନ୍ନ ଅନ୍ଦାଜ୍‌ରେ ନଜର ଆସିଛନ୍ତି।

{"width":843,"height":474}
भेड़िया फिल्म से कृति सेनन का लुक

ଉଭୟ କ୍ରିତି ସାନନ୍ ଏବଂ ବରୁଣ ଧାୱନ ଏହି ଫିଲ୍ମରୁ ଅଭିନେତ୍ରୀଙ୍କ ନୂଆ ଲୁକର ପୋଷ୍ଟର ସେୟାର କରିଛନ୍ତି। କ୍ରିତିଙ୍କୁ ଭେଡ଼ିଆରେ ଡାକ୍ତର ଅନିକା ଭୂମିକାରେ ନଜର ଆସିବେ। ତାଙ୍କର ଫାଷ୍ଟ ଲୁକ୍ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଡାକ୍ତର ଅନିକାଙ୍କୁ ଦେଖା କରନ୍ତୁ, ଭେଡିଆର ଡାକ୍ତର, ମଣିଷାମନେ ନିଜ ରିକ୍ସରେ ଦୟା କରି ଆସନ୍ତୁ। ଏହା ସହିତ ପୋଷ୍ଟରରେ ମଧ୍ୟ ଲେଖାଯାଇଛି ଯେ ଫିଲ୍ମର ଟ୍ରେଲର ଆଜି ଅର୍ଥାତ୍ ଅକ୍ଟୋବର ୧୯ରେ ମୁକ୍ତିଲାଭ କରିବ।

wp:html
/wp:html

କ୍ରିତି ସାନନଙ୍କ ଏହି ଲୁକକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ନିର୍ଦ୍ଦେଶକ ଅମର କୌଶିକଙ୍କ ନିର୍ଦ୍ଦେଶିତ ଫିଲ୍ମ ଭେଡ଼ିଆ ନଭେମ୍ବର ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି। କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ଉଭୟ 3D ଏବଂ 2D ରେ ରିଲିଜ୍‌ ହେବ। ଏହା କ୍ରିତି ଏବଂ ବରୁଣଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ହେବ । ଏହାପୂର୍ବରୁ ଦୁହେଁ ଫିଲ୍ମ ଦିଲୱାଲରେ ଏକାଠି ନଜର ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.