ଏହି ଫିଲ୍ମ ପାଇଁ କ୍ରିତି ସାନନ୍‌ କଲେ ୱେଟ୍‌ ଗେନ୍… ବଢାଇଲେ ୧୫ କିଲୋ ଓଜନ

Published By : Prameya-News7 Bureau | February 10, 2020 IST

ମୁମ୍ବାଇ୧୦|୨: ବଲିଉଡ଼ ଅଭିନେତ୍ରୀ କ୍ରିତି ସାନନ ଲକ୍ଷ୍ମଣ ଉତକେରଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ‘ମିମି’ରେ ନଜର ଆସିବେ। ଏହି ଫିଲ୍ମରେ କ୍ରିତି ସାନନ୍ ଜଣେ ୟଙ୍ଗ୍ ସରୋଗେଟ୍ ମାଆ ଭୂମିକାରେ ଅଭିନୟ କରୁଛନ୍ତି। ଏଥିପାଇଁ ସେ ୧୫ କିଲୋ ଓଜନ ମଧ୍ୟ ବଢାଇବେ। ଏହି ଫିଲ୍ମର କାହାଣୀ ମଧ୍ୟ କ୍ରିତିଙ୍କ ମନ କିଣିଥିଲା ସେଥିପାଇଁ ଏହି ଚଳଚ୍ଚିତ୍ର ପାଇଁ ସେ ଓଜନ ବଛାଇବାକୁ ରାଜି ହୋଇଥିଲେ।

{"id":222624,"sizeSlug":"large"}

ଏହା ବ୍ୟତୀତ ସେ ନିଜର ଏହି ପରିବର୍ତ୍ତନ ଦେଖିବା ପାଇଁ ଉତ୍ସୁକ ଥିଲେ। ଏବେ ସେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ମିମିରେ ପଙ୍କଜ ତ୍ରିପାଠୀଙ୍କ ସହ ଅଭିନୟ କରୁଛନ୍ତି କ୍ରିତି । ଏହା ପୂର୍ବରୁ ଦୁହେଁ ‘ବରେଲି କି ବର୍ଫି’ରେ ଏକାଠି ଅଭିନୟ କରିଥିଲେ। ଖୁବ କମ ସମୟରେ କ୍ରିତି ଚଳଚ୍ଚିତ୍ର ପାଇଁ ଓଜନ ବଢାଇଥିଲେ।

{"id":222626,"sizeSlug":"large"}

ମିମି ମରାଠୀ ନିର୍ଦ୍ଦେଶକ ସମୃଦ୍ଧି ପରେଙ୍କ ଦ୍ବାରା ନିର୍ଦ୍ଦେଶିତ ମାଲା ଆଇ ବାୟାଚ୍ଚା ଉପରେ ଆଧାରିତ ଯାହାକି ୨୦୧୧ମସିହାରେ ବେଷ୍ଟ ମରାଠୀ ଫିଲ୍ମ ଭାବେ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲା। କ୍ରିତିଙ୍କ କହିବା ଅନୁସାରେ ତାଙ୍କ ପାଇଁ ଏତେ ଓଜନ ବଢ଼ାଇବା କୌଣସି ଚ୍ୟାଲେଞ୍ଜଠୁ କମ୍‌ ନୁହେଁ । ଏଥିପାଇଁ ସେ ବହୁତ ଖାଦ୍ୟ ଖାଉଛନ୍ତି ଓ ତାଙ୍କୁ କେଲୋରିଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ୁଛି । ଏହି ଫିଲ୍ମଟି ଆସନ୍ତା ଜୁଲାଇ ମାସରେ ରିଲିଜ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.