ନିଜର ଫିଟ୍‌ନେସ୍‌ ମନ୍ତ୍ରକୁ ନେଇ ଖୁଲାସା କଲେ କ୍ରିତି ସାନନ୍‌

Published By : Prameya-News7 Bureau | September 21, 2022 IST

ମୁମ୍ଵାଇ ୨୧।୦୯: ଅଭିନୟ ଜଗତରେ ପ୍ରବେଶ କରିବାର ଅଳ୍ପ ଦିନ ମଧ୍ୟରେ ଅଧିକ ନାଁ କରିଥିବା ଅଭିନେତ୍ରୀଙ୍କ ମଧ୍ୟରୁ କ୍ରିତି ସାନନ ଅନ୍ୟତମ। କ୍ରିତି ମଧ୍ୟ ନିଜେ ଫିଟ୍‌ ରହିବା ସହ ଅନ୍ୟମାନଙ୍କୁ ଫିଟ୍‌ନେସ୍‌ ଟିପ୍‌ସ ଦେଇଥାନ୍ତି। ଫିଟ୍‌ ରହିବା ପାଇଁ ସେ ନିୟମିତ ଜିମ୍‌ ଯାଉଥିବା ଦେଖିବାକୁ ମିଳେ। କେବଳ ଏତିକି ହିଁ ନୁହେଁ ଏହା ସହିତ ସେ ଯୋଗ କରନ୍ତି, ନାଚନ୍ତି। ପୁଷ୍ଟିକର, ସନ୍ତୁଳିତ ଖାଦ୍ୟ ଖାଇବା ଉପରେ ବେଶ୍‌ ଗୁରୁତ୍ୱ ଦିଅନ୍ତି। ସୋସିଅଲ ମିଡିଆରେ ସର୍ବଦା ସକ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ସେ ଜଣେ। ପୁଣି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ କିଛିକମ୍‌ ନୁହେଁ। ତେଣୁ ସର୍ବଦା ଫିଟ୍‌ନେସ୍‌ ସମ୍ବନ୍ଧିତ ଫଟୋ, ଭିଡିଓ ସେୟାର କରିଥାନ୍ତି ପ୍ରଶଂସକଙ୍କ ପାଇଁ।

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କ୍ରିତି କହିଛନ୍ତି, ସେ କେବେ ହେଲେ ଷ୍ଟ୍ରିକ୍ଟ ଡାଏଟ୍‌ ଫଲୋ କରନ୍ତି ନାହିଁ। ବେଳେବେଳେ ଅଭିନୟ ପାଇଁ ଓଜନ ବଢ଼ାଇବାକୁ ହୁଏ। ଏହା ପରେ ଡାଏଟିଂ କରି ସେ ବଢ଼ାଇଥିବା ଓଜନ କମ୍‌ କରିଥାନ୍ତି। ଦିନକୁ ଘଣ୍ଟେ ଲେଖାଏଁ ସପ୍ତାହରେ ପାଞ୍ଚ ଦିନ ସେ ବ୍ୟାୟାମ କରନ୍ତି। କ୍ରିତି ଦୁଇଟି ସିଝା ଅଣ୍ଡା, ଦି’ପିସ୍‌ ବ୍ରାଉନ୍‌ ବ୍ରେଡ୍‌, ଫ୍ରେସ୍‌ ଜୁସ୍‌ କିମ୍ବା ପ୍ରୋଟିନ୍‌ ସେକ୍‌ ବ୍ରେକ୍‌ଫାଷ୍ଟରେ ଖାଇଥାନ୍ତି। ସେହିପରି ମଧ୍ୟାହ୍ନ ଭୋଜନରେ ବ୍ରାଉନ୍‌ ରାଇସ୍‌ ସହ ପରିବା କିମ୍ବା ମାଛ ତରକାରୀ ସହ ଦୁଇଟି ଚପାତି ଖାଇଥାନ୍ତି ବୋଲି କ୍ରିତି କହିଛନ୍ତି। ଠିକ୍‌ ସେମିତି ରାତ୍ରି ଭୋଜନରେ ଚିକେନ୍‌ କିମ୍ବା ସାଲ୍‌ମନ ମାଛ କିମ୍ବା ଭାତ, ଡାଲି ସହ ସାଲାଡ୍‌ ଖାଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.